ଦ୍ବିତୀୟ ଟି-୨୦ରେ ଭାରତର ରୋମାଂଚକର ବିଜୟ : ଇଂଲଣ୍ଡ ବିପକ୍ଷରେ ୨ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦କୁ ୨ ୱିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଭ୍ରମଣକାରୀ ଦଳର୧୬୬ ରନ୍ ର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ ୮ ୱିକେଟ ହରାଇ ହାସଲ କରିନେଇଛି । ଟପ୍ ଅର୍ଡର ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଅଭିଷେକ ଶର୍ମା ଫେଲ୍ ମାରିଥିଲେ। କିନ୍ତୁ ଦେଖିବାକୁ ମିଳିଥିଲା ତିଲକ ବର୍ମାଙ୍କ ଲଢୁଆ ଇନିଂସ । ୫୫ ବଲ୍ ରୁ ୫ଟି ଛକ୍କା, ୪ଟି ଚୌକା ସହ ଅପରାଜିତ ୭୨ ରନ୍ ର ଇନିଂସ ଖେଳିଥିଲେ ତିଲକ ।

ପୂର୍ବରୁ ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ଅଧିନାୟକ ଜୋସ୍ ବଟଲରଙ୍କ ୪୫ ଓ ବ୍ରିଡନ କାର୍ସେଙ୍କ ୩୧ ରନ୍ ସହାୟତାରେ ୯ ୱିକେଟ ବିନିମୟରେ ୧୬୫ ରନ୍ କରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତି ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର ଓ ଅଭିଷେକ ଶର୍ମା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

 

ଆହୁରି ପଢନ୍ତୁ : ICC ପରୁଷ ଟି୨୦ ଟିମ୍ ଅଫ ଦ ଇଅର : ରୋହିତ ଅଧିନାୟକ, ଟିମରେ ବିରାଟଙ୍କୁ ମିଳିଲାନି ସ୍ଥାନ

You might also like