ଏସିଆ କପ ୨୦୨୨: ଭାରତ ଆଗରେ ବିଜୟ ଲକ୍ଷ୍ୟ ୧୪୮ ରନ୍

କେନ୍ୟୁଜ୍(ବ୍ୟୁରୋ): ଚାଲିଛି ବହୁପ୍ରତିକ୍ଷିତ ଭାରତ-ପାକିସ୍ତାନ ଏସିଆ କପ୍ ଟି-୨୦ ମ୍ୟାଚ୍। ଏଥିରେ ଟସ୍ ଜିତି ପ୍ରଥମେ ବୋଲିଂ ନେଇଛି ଟିମ୍ ଇଣ୍ଡିଆ। ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ପାକିସ୍ତାନ କରିଛି ୧୪୭ ରନ୍। ଫଳରେ ଭାରତ ସମ୍ନାରେ ରହିଲା ୧୪୮ ରନର ଟାର୍ଗେଟ । ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜୁଆନ ୪୩, ଇଫତିକାର ଅହମ୍ମଦ ୨୮ ରନ କରିଛନ୍ତି। ଭାରତ ପକ୍ଷରୁ ବୋଲିଂରେ ହିରୋ ଭୁବନେଶ୍ବର କୁମାର ୪ ଓଭରରେ ୨୬ ରନ ଦେଇ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି। ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ୨୫ ରନରେ ୩ଟି ୱିକେଟ ନେଇଥିଲେ। ଏମାନଙ୍କ ଯୋଗୁଁ ପାକିସ୍ତାନ ବଡ଼ ସ୍କୋର କରିପାରିନଥିଲା।