ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍

ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଞ୍ଚିଲା ଆଉ ଏକ ଆନ୍ତର୍ଜାତିକ ଟିମ୍ । ପହଞ୍ଚିଛନ୍ତି ଫ୍ରାନ୍ସ ହକି ଖେଳାଳି । ବିମାନବନ୍ଦରରେ ପହଁଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଗଲା । ବିଶ୍ୱ ର୍ୟାକିଂରେ ୨୦ତମ ସ୍ଥାନରେ ରହିଛି ଫ୍ରାନ୍ସ୍ସ । ଦଳର ଏକାଧିକ ଖେଳାଳି ହକି ଇଣ୍ଡିଆ ଲିଗ୍ ଜରିଆରେ କଳିଙ୍ଗ ଷ୍ଟାଡିୟମରେ ପୂର୍ବରୁ ଖେଳିଛନ୍ତି । ତେଣୁ ଦଳଗତ ପ୍ରଦର୍ଶନ ଭଲ ରହିବ ବୋଲି ଖେଳାଳି ଆଶା ରଖିଛନ୍ତି ।
ସେପଟେ ବିଶ୍ୱକପ୍କୁ ନେଇ ଷ୍ଟାଡିୟମ ପୁରା ପ୍ରସ୍ତୁତ। ଖେଳ ସମୟରେ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ଷ୍ଟାଡିୟମ ଆଗରେ ଦୁଇଟି ଫୁଟ୍ ଓଭର ବ୍ରିଜ ନିର୍ମାଣ ହୋଇଛି । ୩ ଓ ୪ନମ୍ବର ଗେଟ୍ ଆଗରେ ତିଆରି ହୋଇଛି ଦୁଇଟି ଫୁଟ୍ ଓଭର ବ୍ରିଜ। ଖେଳ ସମସୟରେ ଦର୍ଶକମାନେ ଗାଡି ପାର୍କିଂ କରି ରାସ୍ତା ପାର ହେବା ସହଜ ହେବ ।
ଖେଳାଳିଙ୍କ ରହିବା ପାଇଁ ଭୁବନେଶ୍ୱରର ୭ଟି ହୋଟେଲରେ ବ୍ୟବସ୍ଥା କରାଯାଇଛିା ହୋଟେଲ ଟ୍ରାଇଡେଣ୍ଟରେ ରହିବେ ଭାରତ ଓ ଜର୍ମାନୀ ଖେଳାଳି । ହୋଟେଲ ମେ’ ଫେୟାରରେ ରହିବେ ଆର୍ଜେଣ୍ଟିନା, ଇଂଲଣ୍ଡ, ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ସ୍ପେନ ଖେଳାଳି। ହୋଟେଲ ସାଣ୍ଡି ଟାଓ୍ଵାରରେ ରହିବେ ଅଷ୍ଟ୍ରେଲିଆ, ବେଲଜିୟମ ଓ ଚୀନ ଖେଳାଳି । ହୋଟେଲ ସ୍ୱସ୍ତି ପ୍ରିମିୟମରେ ରହିବେ ଫ୍ରାନ୍ସ, ମାଲେସିଆ ଓ ପାକିସ୍ଥାନ ଖେଳାଳି। ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ପାଇଁ ହୋଟେଲ ଏଚଏଚଆଇରେ ବ୍ୟବସ୍ଥା ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଟିମ୍ ରହିବ ଫରଚ୍ୟୁନ୍ ହୋଟେଲରେ। କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ହୋଟେଲରେ ସୁରକ୍ଷା କଡାକଡି କରରାଯାଇଛି ।