କିଟରେ ଅନ୍ତଃଜୋନ ପଲିଟେକନିକ ଫେଷ୍ଟର ଶୁଭାରମ୍ଭ

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ କ୍ରୀଡ଼ା କଂପ୍ଲେକ୍ସରେ ଆଉ ଏକ ମେଗା ଇଭେଣ୍ଟ । ଏପଟେ କ୍ରିକେଟ୍ ଷ୍ଟାଡିୟମରେ ରଣଜୀ ଟ୍ରଫି ମ୍ୟାଚ୍ ଚାଲିଥିବା ବେଳେ ସେପଟେ ଆଜିଠାରୁ ଆରମ୍ଭ ହୋଇଛି ଅନ୍ତଃଜୋନ ପଲିଟେକନିକ ଫେଷ୍ଟ । ଏଥିରେ ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରୁ ୨୫ଟି ପଲିଟେକନିକ କଲେଜ ଭାଗ ନେଇଛନ୍ତି । କିଟରେ ଥିବା ଇଣ୍ଟରନେସନାଲ ଚେସ୍ ହଲରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟ ଅତିଥି କିଟ୍ ଓ କିସ୍ ସମ୍ପାଦକ ଆର.ଏନ୍ ଦାସ । ଅନ୍ୟମାନଙ୍କ ମଧ୍ୟରେ ସରକାରୀ ପଲିଟେକନିକର ପ୍ରତିନିଧି ନୀଳିମା ରାଣୀ ସାହୁ, କିଟ୍ ଓ କିସ୍ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, କିଟ୍ ପଲିଟେକନିକର ପ୍ରିନିସିପାଲ ପି.ଆର ତ୍ରିପାଠୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ସତ୍ୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

polytechnic-2

ଏହି ଉତ୍ସବରେ କବାଡ଼ି, ବ୍ୟାଡମିଣ୍ଟନ, ଭଲିବଲ୍, ଟେବୁଲ ଟେନିସ୍, ଫୁଟବଲ, ଖୋଖୋ, ଆଦି ଖେଳ ଅନୁଷ୍ଠିତ ହୋଇଛି । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ଆଜି ପ୍ରଥମ ଦିନରେ ବାଳକ କବାଡ଼ିରେ ଗଣେଶ ପଲିଟେକନିକ ଓ ବାଳିକା କବାଡ଼ିରେ କିଟ୍ ବିଜୟୀ ହୋଇଛି । ସେହିପରି ବ୍ୟାଡମିଣ୍ଟନରେ ଏସଭିଏଇଟି ଓ ସରକାରୀ ପଲି ଟେକନିକ, ଭଲିବଲରେ ସରକାରୀ ପଲି ଟେକନିକ, ଫୁଟବଲରେ କିଟ୍ ପଲି ଟେକନିକ ବିଜୟୀ ହୋଇଛି ।

ଫୁଟବଲରେ କିଟ୍ ଦଳ ଜିଆଇଟିକୁ ପରାସ୍ତ କରିଥିଲା । ଖୋଖୋରେ ମଧ୍ୟ କିଟ୍ ପଲିଟେକନିକ ଉଭୟ ବାଳକ ଓ ବାଳିକା ବିଭାଗରେ ବିଜୟୀ ହୋଇଛି । ଏହି ଅନ୍ତଃଜୋନ ପଲିଟେକନିକ ଫେଷ୍ଟ ୪ ତାରିଖରେ ଉଦଯାପିତ ହେବ ।