ଭିନେଶ ଫୋଗାଟଙ୍କୁ ଭେଟିଲେ IOA ଅଧ୍ୟକ୍ଷ ପିଟି ଉଷା, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ପ୍ୟାରିସ୍ ଅଲିମ୍ପିକ୍ସରେ ଫାଇନାଲ୍‌ ମ୍ୟାଚ୍ ପୂର୍ବରୁ ଅଯୋଗ୍ୟ ଘୋଷିତ ହେବା ପରେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ଭାରତୀୟ ଅଲିମ୍ପିକ୍ ସଂଘର ଅଧ୍ୟକ୍ଷ ପିଟି ଉଷା ଓ ଭିନେଶ ନଜର ଆସିଛନ୍ତି । ପିଟି ଉଷା ଭାରତର ଷ୍ଟାର୍‌ କୁସ୍ତିଯୋଦ୍ଧା ଭିନେଶଙ୍କୁ ଭେଟି ତାଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।

ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ଖବର ଶୁଣିବା ପରେ ଚେତାଶୂନ୍ୟ ହୋଇପଡ଼ିଥିଲେ ଭିନେଶ ଫୋଗାଟ । ତାଙ୍କୁ ପ୍ୟାରିସର ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରରେ ଜଳୀୟ ଅଂଶ କମିଯାଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲରେ ଲଢିଥାନ୍ତେ ଭିନେଶ । କିନ୍ତୁ ୫୦ କେଜିରୁ ମାତ୍ର ୧୦୦ ଗ୍ରାମ ଅଧିକ ହୋଇଥିବାରୁ ସେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ତେବେ ଅଲିମ୍ପିକ୍ସର ଏଭଳି ନିଷ୍ପତ୍ତିକୁ ନେଇ ବିରୋଧ କରିଛି ଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.