ଆଇପିଏଲ୍‌ ୨୦୨୦ : ବିଜୟ ରେକର୍ଡ଼ରେ ଧୋନିଙ୍କ ଚେନ୍ନାଇ ଠାରୁ ଆଗୁଆ ରୋହିତଙ୍କ ମୁମ୍ବାଇ ଟିମ୍‌

ଆବୁଧାବି : ଆଉ କିଛି ସମୟ ପରେ ମରୁଭୂମିରେ ହେବ ଧମାକା । ଆରମ୍ଭ ହେବ ଟେ୍ଵଣ୍ଟି ଟେ୍ଵଣ୍ଟି କ୍ରିକେଟ୍‌ର ମହାକୁମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆଇପିଏଲ୍‌ । ପୁଣି ମଜାଦାର କଥା ହେଉଛି ଆଜିର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁକାବିଲା ହେବ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟରେ । ଗୋଟିଏ ପଟେ ମହେନ୍ଦ୍ର ସିଂହ ଧୋନି ଓ ଅନ୍ୟପଟେ ରୋହିତ ଶର୍ମା । ଟକ୍କର ଅତି ଜୋରଦାର ହେବ ବୋଲି ଆଶା କରିବା ଭୁଲ ହେବ ନାହିଁ । ଉଭୟ ପକ୍ଷରେ ଦମ୍‌ଦାର ବ୍ୟାଟ୍‌ସମ୍ୟାନ୍‌ ଓ ବୋଲର୍‌ ଅଛନ୍ତି । ତେବେ ନୂଆ ଜାଗା, ନୂଆ ପରିବେଶରେ ଓ ପିଚ୍‌ରେ ଦୁଇ ଦଳ କିଭଳି ପ୍ରଦର୍ଶନ କରୁଛନ୍ତି ତାକୁ ସମସ୍ତଙ୍କର ଅପେକ୍ଷା ।

ipl

ଚେନ୍ନାଇ ତିନି ଥର ଚାମ୍ପିଅନ୍‌ ହୋଇଥାଇ ପାରେ ହେଲେ ଟକ୍କରରେ ମୁମ୍ବାଇଠାରୁ ପଛରେ ପଡ଼ି ଯାଇଛି । ଉଭୟ ଦଳ ପରସ୍ପରକୁ ଏଯାଏ ୨୮ ଥର ଭେଟିଛନ୍ତି । ଏଥିରୁ ୧୭ଥର ମୁମ୍ବାଇ ଜିତିଥିବା ବେଳେ ୧୧ ଥର ଜିତିଛି ଧୋନିଙ୍କ ଦଳ । ଆଜି ଆବୁଧାବିରେ କିଏ କାହାକୁ ମାତ୍‌ ଦେଉଛି ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.