ଅଧା ହେଲା ଆଇପିଏଲ୍‌ର ପୁରସ୍କାର ରାଶି, ଉପବିଜେତା ଓ ଅନ୍ୟ ଟିମ୍‌କୁ ମିଳିବ ଏତେ ଟଙ୍କା

ଆଇପିଏଲ୍‌ ୨୦୨୦ର ଫାଇନାଲ ମ୍ୟାଚ୍‌ ୧୦ ନଭେମ୍ବରରେ ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମରୁ ହିଁ ଫାଇନାଲରେ ପହଞ୍ଚିସାରିଥିବା ବେଳେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପାଦ ଦେଇଛି। ଆସନ୍ତାକାଲି ଉଭୟ ଟିମ୍‌ ମଧ୍ୟରେ କଡ଼ା ଟକ୍କର ହେବ। ଇତି ମଧ୍ୟରେ ଚଳିତଥର ବିଜୟୀ ଟିମ୍‌କୁ କେତେ କୋଟି ଟଙ୍କା ମିଳିବ ସେ ନେଇ ଜାଣିବାକୁ ସମସ୍ତେ ଉତ୍ସାହିତ ଅଛନ୍ତି। ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

ମିଡିଆ ରିପୋର୍ଟ ମୁତାବକ ବିସିସିଆଇ କରୋନା ମହାମାରୀ ଯୋଗୁ ଏଥରକ ବିଜେତା ଟିମ୍‌କୁ ପୂର୍ବ ବର୍ଷ ତୁଳନାରେ ଅଧା ଅଂଶ ଦେବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍‌ ଏଥରକ ଆଇପିଏଲ୍‌ ବିଜେତାକୁ ୨୦କୋଟି ଜାଗାରେ ୧୦ କୋଟି ଟଙ୍କା ମିଳିବ। ସେହିପରି ହାରିବା ଟିମ୍‌କୁ ୧୨ କୋଟି ଜାଗାରେ ୬.୧୫ କୋଟି ଟଙ୍କା ମିଳିବ। ଅନ୍ୟପଟେ କ୍ୱାଲିଫାୟାରରେ ହାରିଥିବା ଟିମ୍‌କୁ ୪.୩୭୫ କୋଟି ଟଙ୍କା ମିଳିବ ବୋଲି ଜଣାଯାଇଛି।

କରୋନା ମହାମାରୀ ଯୋଗୁ ବିସିସିଆଇ ମାର୍ଚ୍ଚରେ ହିଁ ଖର୍ଚ୍ଚକାଟ୍‌ କରିବା ଆରମ୍ଭ କରି ଦେଇଥିଲା ଓ ଏହି ନିଷ୍ପତ୍ତି ତାହାର ଏକ ଅଂଶ। ବିସିସିଆଇ ମୁତାବକ ସମସ୍ତ ଫ୍ରାଞ୍ଚାଇଜ୍‌ଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ଅଛି। ତାଙ୍କ ଆୟ ବଢ଼ାଇବା ପାଇଁ ପ୍ରାୟୋଜକ ଭଳି କେତେକ ଉପାୟ ବି ରହିଛି। ଏଣୁ ପୁରସ୍କାର ରାଶି କମାଇବାକୁ ନିଷ୍ପତ୍ତି ନିଆଯାଇଛି।

ଖବର ମୁତାବକ ସବୁଠୁ ଅଧିକ ରନ୍‌ କରିଥିବା(ଅରେଞ୍ଜ କ୍ୟାପ୍‌) ଓ ସବୁଠୁ ଅଧିକ ଓ୍ଵିକେଟ୍‌ ନେଇଥିବା (ପର୍ପଲ କ୍ୟାପ୍‌) ବିଜେତାଙ୍କୁ କେତେ ଟଙ୍କା ଦିଆଯିବ ତାହା ଏବେ ଯାଏଁ ସ୍ଥିର ହୋଇ ନାହିଁ। କିନ୍ତୁ ୨୦୧୯ରେ ଅରେଞ୍ଜ କ୍ୟାପ୍‌ ଓ ପର୍ପଲ କ୍ୟାପ୍‌ଧାରୀଙ୍କୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.