ଆଇପିଏଲ ୨୦୨୦: ବାଙ୍ଗାଲୋରକୁ ୧୫୫ ରନର ଟାର୍ଗେଟ ଦେଲା ରାଜସ୍ଥାନ

ଆଇପିଏଲ ସିଜିନ ୧୩ର ୧୫ ନଂ ମ୍ୟାଚରେ ରାଜସ୍ଥାନ ଏବଂ ବାଙ୍ଗାଲୋର ମୁହାଁମୁହିଁ ହୋଇଥିଲେ। ପ୍ରଥମେ ରାଜସ୍ଥାନ ଟସ୍‌ ଜିତିବା ପରେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୧୫୪ ରନ ସଂଗ୍ରହ କରିଛି । ଫଳରେ ଜିତିବାକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ ରହିଛି ।

ରାଜସ୍ଥାନ ଦଳ ପକ୍ଷରୁ ସ୍ମିଥ ଓ ଜସ ବଟଲର ସତର୍କତାର ସହ ବ୍ୟାଟିଂ ଓପନ କରିଥିଲେ ମଧ୍ୟ ସ୍ମିଥ ମାତ୍ର ୫ ରନ କରି ପାଭିଲିୟନ ଫେରିଥିଲେ । ଏହି ସମୟରେ ଦଳୀୟ ସ୍କୋର ୨୭ ରନ ହୋଇଥିଲା । ଦଳୀୟ ସ୍କୋର ୩୧ ହୋଇଥିବାବେଳେ ଦଳ ଲଗାତାର ବଟଲର ଓ ସାମସନଙ୍କ ଓ୍ଵିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ରବିନ ଉଥାପ୍ପା ଓ ମହିପାଳ ଲୋମରୋର ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ଉଥାପ୍ପା ୧୭ ରନ ଓ ଲୋମରୋର ୪୭ ରନ କରି ଆଉଟ ହୋଇଥିଲେ । ଶେଷ ବେଳକୁ ରାହୁଲ ତେଓ୍ଵାଟିଆ ଓ ଜୋଫ୍ରା ଆର୍ଚର ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ୨୦ ଓଭରରେ ୧୫୪ ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।

Leave A Reply

Your email address will not be published.