ଭାଗ୍ୟ ବଦଳାଇଲା ଆଇପିଏଲ୍‌, ଏବେ ଟିମ୍‌ ଇଣ୍ଡିଆରେ ପ୍ରବେଶ କରିବେ ଏହି ୬ ଯୁବ ଖେଳାଳି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୩ ତମ ସିଜନ୍‌ ଶେଷ ହୋଇଛି। ଚଳିତ ସିଜନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରଫି ହାତେଇଥିବା ବେଳେ ଫାଇନାଲରେ ଦିଲ୍ଲୀକୁ ହାରର ସାମ୍ନା କରିବାକୁ ପଡ଼ିଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନୂଆ ନୂଆ ଖେଳାଳି ଆଇପିଏଲ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। ଚଳିତଥର ବଡ଼ ଖେଳାଳି ଏତେଟା ଭଲ ପ୍ରଦର୍ଶନ କରିପାରିନଥିବା ବେଳେ ବହୁ ନୂଆ ଖେଳାଳି ଅତି ସୁନ୍ଦର ପ୍ରଦର୍ଶନ କରିଥିଲେ। ଆଇପିଏଲ୍‌ ୨୦୨୦ରେ ୬ ଜଣ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଅତି ଉଚ୍ଚକୋଟୀର ଥିଲା। ଆସନ୍ତୁ ଜାଣିବା କିଏ ଏହି ୬ ଖେଳାଳି…

ଈଶାନ କିଶନ:

ଈଶାନ କିଶନ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ମଇଦାନକୁ ଓହ୍ଲାଇଥିଲେ। ବିହାରର କିଶନ ଅଣ୍ଡର-୧୯ରେ ଓ୍ଵିକେଟକିପର –ବ୍ୟାଟ୍ସମ୍ୟାନ୍‌ଭାବେ ନିଜ ପରିଚୟ ବନାଇଥିଲେ। ତାଙ୍କ ମ୍ୟାଚ୍‌ ଚଳିତଥର ମନେ ରହିବା ଭଳି ଥିଲା।

ଦେବଦତ୍ତ ପଡ଼ିକ୍କଲ:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଚଳିତଥର ଦେବଦତ୍ତ ପଡ଼ିକ୍କଲ ଖେଳିଥିଲେ। ସେ ପାର୍ଥିବ ପଟେଲଙ୍କ ଜାଗାରେ ଖେଳୁଥିଲେ। ଏହା ଆରୋନ୍‌ ଫିଞ୍ଚ୍‌ଙ୍କ ନିଷ୍ପତ୍ତି ଥିଲା। କିନ୍ତୁ ସୌଭାଗ୍ୟବଶତଃ ଫିଞ୍ଚ୍‌ଙ୍କ ଏହି ନିଷ୍ପତ୍ତି ଟିମ୍‌ ପାଇଁ ଲାଭଦାୟକ ଥିଲା।

devdutt padikkal

ପ୍ରିୟମ୍‌ ଗର୍ଗ:

ଭାରତୀୟ ଅଣ୍ଡର-୧୯ର କ୍ୟାପଟେନ୍‌ ୧୯ ବର୍ଷୀୟ ପ୍ରିୟମ ଗର୍ଗଙ୍କୁ ହାଇଦ୍ରାବାଦ ପାଇଁ ବ୍ୟାଟିଂ କରିବାର ମଉକା ମିଳିଥିଲା। ସେ ପ୍ରଥମ ଚାନ୍ସରେ ହିଁ ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି।

priyam garg

କେବଳ ଏହି ୩ ଜଣ ନୁହେଁ ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ତରଫରୁ ଅବଦୁଲ ସମଦ, କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ପକ୍ଷରୁ ରବି ବିଶ୍ରୋଇ ଓ କୋଲକତା ନାଇଟ ରାଇଡର୍ସ ତରଫରୁ କମଳେଶ ନାଗରକୋଟି ମଧ୍ୟ ଏଥରକ ଭଲ ପ୍ରଦର୍ଶନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.