ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ ଇଲେଭେନ୍ ପଞ୍ଜାବ, ଗେଲଙ୍କ ଉପରେ ସବୁ ଆଶା ରଖିଛି ପଞ୍ଜାବ

ଆଜି ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ କିଙ୍ଗସ ଇଲେଭେନ୍ ପଞ୍ଜାବ। ଏବେ ଯାଏଁ ଆଇପିଏଲ୍ରେ ନିଜ ଦବ୍ଦବା ଜାହିର କରିବାରେ ବିଫଳ ହୋଇଥିବା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବିସ୍ଫୋଟକ କ୍ରିସ୍ ଗେଲଙ୍କ ସାହାଯ୍ୟରେ ବିଜୟୀ ରାସ୍ତାରେ ଫେରିବାକୁ ଆଶା ରଖିଛି। ଆଜିର ମୁକାବିଲାରେ ରାହୁଲଙ୍କ କିଙ୍ଗସ ଇଲେଭେନ୍କୁ ବିରାଟ କୋହଲିଙ୍କ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ତୁଳନାରେ ଅଧିକ ସତର୍କ ରହିବାକୁ ପଡ଼ିବ। ପଞ୍ଜାବ ଏବେ ଯାଏଁ ୭ଟି ମ୍ୟାଚ୍ ଖେଳିଥିବା ବେଳେ ୬ଟିରେ ପରାଜୟ ବରଣ କରିଛି ଓ ମାତ୍ର ଗୋଟିଏରେ ବିଜୟୀ ହୋଇଛି। ଏଣୁ ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ ସଂଘର୍ଷପୂର୍ଣ୍ଣ ରହିବ।
ଆଜି ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳିବେ ଏହି ଖେଳାଳି:
ବ୍ୟାଟିଂ: ଦେବଦତ୍ତ ପଡିକଲ, ଆରୋନ୍ ଫିଞ୍ଚ୍, ବିରାଟ କୋହଲି
ବୋଲିଂ: ନବଦୀପ ସୈନୀ, ୟୁଜବେନ୍ଦ୍ର ଚହଲ, ଇସୁର ଓଡ଼ାନା, ଏଡମ୍ ଜମ୍ପା
ଓ୍ଵିକେଟ୍ କିପର: ଏବି ଡିବିଲିୟର୍ସ
ଅଲରାଉଣ୍ଡର: ଶିବମ୍ ଦୁବେ, ଓ୍ଵାଶିଂଟନ୍ ସୁନ୍ଦର, ଗୁରକିରତ ମାନ୍
ଆଜି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳିବେ ଏହି ଖେଳାଳି:
ଲୋକେଶ ରାହୁଲ, କ୍ରିସ୍ ଗେଲ୍, ମୟଙ୍କ୍ ଅଗ୍ରୱାଲ, ମନଦୀପ ସିଂହ, ନିକୋଲାସ ପୂରନ, ପ୍ରଭସିମରନ ସିଂହ, ରବି ବିଷ୍ନୋଇ, ଅର୍ଶଦୀପ ସିଂହ/ଦୀପକ ହୁଡ଼ା, ମୁଜିବ ଉର ରେହମାନ, ମହମ୍ମଦ ସାମି, ସେଲଡନ୍ କଟ୍ରେଲ୍ ।