ଆଇପିଏଲ୍ ୨୦୨୧: ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ଏମ୍ଏସ୍ ଧୋନିଙ୍କ ନୂଆ ଲୁକ, ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ଖୁବ ଶୀଘ୍ର କ୍ରିକେଟ୍ ପଡ଼ିଆରେ ଏମ୍ଏସ୍ ଧୋନିଙ୍କୁ ଦେଖିବାକୁ ମିଳିବ। ନିକଟରେ ଧୋନି ଏକ ବିଜ୍ଞାପନର ସୁଟ୍ ପାଇଁ ନୂଆ ହେୟାର୍ ଷ୍ଟାଇଲ୍ କରିଥିଲେ ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି । କିନ୍ତୁ ଏଥର ପ୍ରଶଂସକ ତାଙ୍କର ଏହି ଲୁକ୍‌କୁ ନେଇ ଏତେ ଖୁସି ନୁହଁନ୍ତି। ଖବର ଅନୁସାରେ ୟୁଏଇରେ ଆଇପିଏଲ୍ ୨୦୨୧ ର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଧୋନିଙ୍କ ଚର୍ଚ୍ଚା ତାଙ୍କର ନୂଆ ହେୟାରଷ୍ଟାଇଲ୍‌କୁ ନେଇ ହେଉଛି ।

ଆଇପିଏଲ୍ ୨୦୨୧ ର ବ୍ରଡକାଷ୍ଟର୍ ଚ୍ୟାନେଲ୍ ଷ୍ଟାର୍ ସ୍ପୋର୍ଟସ୍ ଦ୍ୱାରା ଏମ୍ଏସ୍ ଧୋନିଙ୍କ ଏହି ଫଟୋ ପୋଷ୍ଟ କରାଯାଇଛି । ଏହି ଫଟୋରେ ଧୋନିଙ୍କ କେଶ ବିଭିନ୍ନ ରଙ୍ଗର ହୋଇଛି ଏବଂ ସେ ଷ୍ଟାର ପ୍ରିଣ୍ଟର ଜ୍ୟାକେଟ୍ ପିନ୍ଧିଛନ୍ତି । ଧୋନି ଏକ ରକଷ୍ଟାର ଭାବରେ ନଜର ଆସିଛନ୍ତି । ଏହା ଏକ ବିଜ୍ଞାପନର ଫଟୋ ଯେଉଁଥିରେ ଲେଖା ଅଛି – ‘ଅସଲି ପିକ୍ଚର ଅଭି ବାକି ହେ’ । ଧୋନିଙ୍କ ଏହି ଲୁକ୍ ତାଙ୍କ ଫ୍ୟାନ୍ସମାନଙ୍କୁ ପସନ୍ଦ ଆସୁନାହିଁ । ଅନେକ ଫ୍ୟାନ୍ସ ପ୍ରସାରଣ କରିଥିବା ଚ୍ୟାନେଲକୁ ଗାଳି ଦେଉଛନ୍ତି ।

ଏଥିସହିତ କିଛି ଫ୍ୟାନ୍ସ ଧୋନିଙ୍କୁ ବଲିଉଡ ଷ୍ଟାର ରଣବୀର ସିଂଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛନ୍ତି । ନିକଟରେ ଧୋନି ମୁମ୍ବାଇରେ ଏକ ଫୁଟବଲ ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ରଣଭୀର ସିଂ ମଧ୍ୟ ଭାଗ ନେଇଥିଲେ। ଧୋନି ମୁମ୍ବାଇରେ ଏହି ବିଜ୍ଞାପନର ସୁଟିଂ କରିଥିଲେ ଏବଂ ତାଙ୍କୁ ଟିମ୍ ଇଣ୍ଡିଆର ନୂଆ ରେଟ୍ରୋ ଜର୍ସିରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଧୋନି ଏହି ରଙ୍ଗ-ବେରଙ୍ଗ ହେୟାର ଷ୍ଟାଇଲ ଆଇପିଏଲ୍ ୨୦୨୧ ର ନୂଆ ବିଜ୍ଞାପନ ପାଇଁ କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.