ଆଇପିଏଲ ୨୦୨୧: ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ଦିଲ୍ଲୀ ଓ କୋଲକାତା

ଆଇପିଲରେ ଆଜି ଟିକେଟ ଟୁ ଫିନାଲେ । ମୁହାଁମୁହିଁ ହେବେ ଦିଲ୍ଲୀ ଓ କୋଲକାତା । ଯିଏ ଜିତିବ, ଫାଇନାଲକୁ ଯିବ । ଦିଲ୍ଲୀ ସର୍ବାଧିକ ପଏଣ୍ଟ ପାଇ ପ୍ରଥମ କ୍ୱାଲିଫାୟର ଖେଳିଥିଲା। ଚେନ୍ନାଇଠୁ ପରାଜିତ ହେବା ପରେ ଆଜି କୋଲକାତା ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ । ତେଣୁ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ । ଫାଇନାଲକୁ ଯିବାକୁ ପୁରା ଦମ୍‌ ଲଗାଇବେ ଉଭୟ ଦଳ । ପୂର୍ବରୁ ଦିଲ୍ଲୀ ଓ କୋଲକାତା ୨୮ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ କୋଲକାତାର ପଲା ସାମାନ୍ୟ ଭାରି ରହିଛି । କୋଲକାତା ୧୫ଟି ମ୍ୟାଚ ଜିତିଥିବାବେଳେ ଦିଲ୍ଲୀ ୧୨ଟି ମ୍ୟାଚ ଜିତିଛି। ଆଜି ବି ସ୍ପିନ୍‌ ଆଟାକ୍‌ ସହ ମୈଦାନକୁ ଓହ୍ଲାଇପାରେ କୋଲକାତା । ସେପଟେ ପେସ୍‌ ଆଟାକରେ ଦମ୍‌ ଦେଖାଇପାରନ୍ତି ଋଷଭ୍‌ ବାହିନୀ।

ଅନ୍ୟପକ୍ଷରେ ଏହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ଦଳ ସର୍ବାଧିକ ପଏଣ୍ଟ ପାଇ ପ୍ରଥମ କ୍ବାଲିଫାୟର ଖେଳିଥିଲା। ଏହି ମୁକାବିଲାରେ ପରାଜିତ ହେବା ଫଳରେ ଦଳ ଫାଇନାଲକୁ ଯିବା ଲାଗି ଦ୍ଵିତୀୟ କ୍ବାଲିଫାୟର ଖେଳିବ। ଅନ୍ୟପକ୍ଷରେ ଏକ ରୋମାଞ୍ଚକ ଲୋ ସ୍କୋରିଂ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି କୋଲକାତା ମଧ୍ୟ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଆଇପିଏଲ୍‌ରେ ମୁକାବିଲା ପ୍ରତିଦ୍ବନ୍ଦିତାମୂଳକ ହେଉଥିଲାବେଳେ ପ୍ଲେ ଅଫ୍‌ରେ ଅଧିକ ରୋମାଞ୍ଚ ରହିଥାଏ। ଏଣୁ ଆଜି ସମର୍ଥକଙ୍କୁ ଆଉ ଏକ ପ୍ରତିଦ୍ବନ୍ଦିତାମୂଳକ ଓ ରୋମାଞ୍ଚଭରା ମୁକାବିଲା ଯେ ଦେଖିବାକୁ ମିଳିବ ବୋଲି ନିଃସନ୍ଦେହରେ କୁହାଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.