ଆଇପିଏଲ ୨୦୨୧: ଆଜି ରାଜସ୍ଥାନ ଏବଂ ବାଙ୍ଗାଲୋର ମଧ୍ୟରେ ହେବ ଜୋରଦାର ଟକ୍କର

ଆଇପିଏଲର ୪୩ ଲିଗ୍ ମ୍ଯାଜରେ ପରସ୍ପର ସହିତ ମୁହାଁମୁହିଁ ହେବେ ରୟାଲ ଚ୍ଯାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ। ଗତଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବାଙ୍ଗାଲୋରର ମନୋବଳ ବଢିଯାଇଛି। ତେଣୁ ବାଙ୍ଗାଲୋର ମ୍ଯାଚ ଜିତିବା ପାଇଁ ସମସ୍ତ ଚେଷ୍ଟା କରିବ କିନ୍ତୁ ରାଜସ୍ଥାନ ପାଇଁ କର ବା ମର ସ୍ଥିତି ରହିବ। ଏହି ମ୍ଯାଚ ସନ୍ଧ୍ଯା ୭.୩୦ରେ ଆରମ୍ଭ ହେବ।

ଆରସିବି ୧୦ଟି ମ୍ଯାଚ ଖେଳି ୧୨ ପଏଣ୍ଟ ହାସଲ କରି ୩ୟ ସ୍ଥାନରେ ରହିଛି। ଅନ୍ଯପକ୍ଷରେ ରାଜସ୍ଥାନ ୧୦ଟି ମ୍ଯାଚ ଖେଳି ୮ ପଏଣ୍ଟ ହାସଲ କରି କର ବା ମର ସ୍ଥିତିରେ ରହିବ। ଆଇପିଏଲରେ ଦୁଇଟି ଯାକ ଟିମ ପରସ୍ପର ମଧ୍ୟରେ ୨୩ଟି ମୁକାବିଲ ମ୍ଯାଚ ଖେଳିସାରିଛନ୍ତି। ଆରସିବି ୧୧ଟି ମ୍ଯାଚ ଜିତିଥିବା ବେଳେ ରାଜସ୍ଥାନ ୧୦ଟି ମ୍ଯାଚ ଜିତିଛି। ବାକି ୨ ଟି ମ୍ଯାଚ ଡ୍ର ରହିଛି।

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ, ଲାଏମ ଲିଭିଙ୍ଗଷ୍ଟୋନ, ସଞ୍ଜୁ ସାମସନ(ଅଧିନାୟକ), ଡେଭିଲ୍‌ ମିଲର, ମହିପାଲ୍‌ ଲୋମରର, ରିୟାନ ପରାଗ, ରାହୁଲ ତେୱାତିଆ, ତାବ୍ରେଜ ସାମସି, କାର୍ତ୍ତିକ ତ୍ୟାଗୀ, ଚେତନ ସକରିୟା, ମୁସ୍ତାଫିଜୁର ରେହମାନ ।

ରୟାଲ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି(ଅଧିନାୟକ), ଦେବଦତ୍ତ ପାଡ଼ିକଲ, କେ ଏସ୍‌ ଭାରତ, ଗ୍ଲେନ ମ୍ୟାକ୍ସୱେଲ୍‌, ଏବି ଡି ଭିଲର୍ସ, ସଚିନ ବେବି, କେଲି ଜାମିସନ, ୱାନିଣ୍ଡୁ ହାସାରାଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.