ଆଜି ପଞ୍ଜାବ କିଙ୍ଗ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ, ପୂର୍ବ ପରାଜୟର ପ୍ରତିଶୋଧ ନେଇପାରେ RR
ଆଜି ପଞ୍ଜାବ କିଙ୍ଗ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଆଇପିଏଲ୍ର ୩୨ତମ ଲିଗ୍ ମୁକାବିଲାରେ ପଞ୍ଜାବ କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱ ରଖୁଛି। ଏଣୁ ଆଜି ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ। ଆଜି ରାଜସ୍ଥାନ ରୟାଲ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ।
ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ୪ ରନ୍ରେ ବିଜୟ ହାସଲ କରିଥିଲା। ଆଜି ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କ ଆଧିପତ୍ୟ ଦେଖିବାକୁ ମିଳିବ। ଉଭୟ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି। ତେଣୁ ଦୁବାଇରେ ଆଜି ଛକା ବର୍ଷା ହେବା ସମ୍ଭାବନା ରହିଛି। ପଞ୍ଜାବ କିଙ୍ଗସ ଦଳର ଲୋକେଶ ରାହୁଲ, ମୟଙ୍କ ଅଗ୍ରଓ୍ଵାଲ ଓ କ୍ରିସ ଗେଲ୍ ପ୍ରାରମ୍ଭିକ ବ୍ୟାଟିଂ ବିଭାଗ ସମ୍ଭାଳିବେ। ସେହିପରି ରାଜସ୍ଥାନ ଦଳରେ ରହିଛନ୍ତି ଏଭିନ ଲୁଇସ୍, ସଞ୍ଜୁ ସାମସନ ଓ ଲାଏମ ଲିଭିଙ୍ଗଷ୍ଟୋନଙ୍କ ଭଳି ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ। ଏଣୁ ଆଜିର ମ୍ୟାଚ ରୋମାଞ୍ଚପୂର୍ଣ୍ଣ ରହିବ ବୋଲି ଆଶା ପ୍ରକାଶ ପାଇଛି।