ଭାରତ କି ୟୁଏଇ ନୁହେଁ, ୨୦୨୨ରେ ଏହି ଦେଶରେ ଖେଳାଯିବ ଆଇପିଏଲ୍‌ !

ଆଇପିଏଲ୍‌ ୨୦୨୨ ସିଜନ୍‌କୁ ନେଇ ବଡ଼ ଖୁଲାସା। କେଉଁ ଦେଶରେ ଚଳିତ ବର୍ଷର ଆଇପିଏଲ୍‌ ହେବ ସେ ନେଇ ତଥ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଚଳିତଥର ଭାରତ କିମ୍ବା ୟୁଏଇ ନୁହେଁ, ବରଂ ଏକ ନୂଆ ଦେଶରେ ଆଇପିଏଲ୍‌ ଅନୁଷ୍ଠିତ ହେବ। ରିପୋର୍ଟ ମୁତାବକ, ୨୦୨୨ ମସିହାରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ ଆଇପିଏଲ୍‌। ଗୁରୁବାର ଦିନ ଏକ ଗଣମାଧ୍ୟମରେ ଏ ନେଇ ଚର୍ଚ୍ଚା ଜୋର ଧରିଛି।

ଭାରତରେ କରୋନା ମହାମାରୀର ତୃତୀୟ ଲହରୀ ଏପ୍ରିଲ ମାସ ପ୍ରାରମ୍ଭ ମଧ୍ୟରେ ଶେଷ ହେବା ଭଳି ସ୍ଥିତି ନାହିଁ। ଏଣୁ ଚଳିତ ଥର ଦକ୍ଷିଣ ଆଫ୍ରିକା କିମ୍ବା ଶ୍ରୀ ଲଙ୍କାରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆୟୋଜିତ ହୋଇପାରେ।

ଗତ ବର୍ଷ ମଧ୍ୟ ସିଫ୍ଟ ହୋଇଥିଲା ଆଇପିଏଲ୍‌:

୨୦୨୧ ରେ ଭାରତରେ ଆଇପିଏଲ୍‌ର ୧୪ ତମ ସିଜନ୍‌ ମେ’୪ ପରେ ବନ୍ଦ କରାଯାଇଥିଲା। ଟିମ୍‌ର କିଛି ସଦସ୍ୟ ସଂକ୍ରମିତ ହେବା ପରେ ଖେଳକୁ ତୁରନ୍ତ ବନ୍ଦ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ବାକି ତକ ମ୍ୟାଚ୍‌ ୟୁଏଇରେ ଖେଳାଯାଇଥିଲା। ଗତବର୍ଷ ୧୫ ଅକ୍ଟୋବରରେ ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ଚେନ୍ନାଇ ସୁପର କିଙ୍ଗସ୍‌ ବିଜୟୀ ହୋଇଥିଲା।

ୟୁଏଇରେ କାହିଁକି ହେବନି ଟୁର୍ଣ୍ଣାମେଣ୍ଟ?

ବିସିସିଆଇର ଜଣେ ଅଧିକାରୀଙ୍କ କହିବାନୁସାରେ, ଆମେ ସବୁବେଳେ ୟୁଏଇ ଉପରେ ନିର୍ଭରଶୀଳ ରହିପାରିବା ନାହିଁ। ଏଣୁ ଆମେ ଅନ୍ୟ ବିକଳ୍ପ ଖୋଜୁଛୁ। ଏଥିପାଇଁ ଦକ୍ଷିଣ ଆଫ୍ରିକାର ସ୍ଥିତି ବି ଅନୁକୂଳ ରହିଛି। ଏଣୁ ଚଳିତଥର ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍‌ ଖେଳାଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.