IPL 2022 ମେଗା ନିଲାମ: BCCI ତାଲିକାରେ ଅଛନ୍ତି ମୋଟ ୫୯୦ ଖେଳାଳି, ଏମାନଙ୍କ ମଧ୍ୟରେ ୨ ଓଡିଶାର ଖେଳାଳି ସାମିଲ
ଆଇପିଏଲ ସିଜିନ୍-୧୫ ମେଗା ଅକ୍ସନ୍ ପୂର୍ବରୁ ଖେଳାଳିଙ୍କ ତାଲିକା ଜାରି କରାଯାଇଛି । BCCI ପକ୍ଷରୁ ମଙ୍ଗଳବାର ମୋଟ ୫୯୦ ଜଣ କ୍ରିକେଟରଙ୍କ ଲିଷ୍ଟ ଜାରି କରାଯାଇଛି । ଯାହା ଭିତରେ ରହିଛନ୍ତି ୩୭୦ ଭାରତୀୟ ଏବଂ ୨୨୦ ବିଦେଶୀ ଖେଳାଳି । ଆସନ୍ତା ଫେବୃଆରୀ ୧୨ ଏବଂ ୧୩ ତାରିଖ ଦୁଇଦିନ ଧରି ବେଙ୍ଗାଲୁରୁରେ ଖେଳାଳିମାନଙ୍କ ମେଗା ଅକ୍ସନ୍ ଅନୁଷ୍ଠିତ ହେବ । ବିଭିନ୍ନ ଫ୍ରାଞ୍ଚାଇଜ୍ ଖେଳାଳିଙ୍କ ବେସ୍ ପ୍ରାଇସ୍ ଅନୁଯାୟୀ ନିଲାମୀ ଡାକିବେ ।
୨ଦିନ ଧରି ଚାଲିବାକୁ ଥିବା ଅକ୍ସନରେ ୧୦ଟି ଦଳ ଭାଗ ନେବେ । ନିଲାମିରେ ୭ଟି ଆସୋସିଏଟ୍ ଦେଶ ମଧ୍ୟ ସାମିଲ ହେବେ । ଚଳିତ ଅକ୍ସନ୍ରେ ଅନେକ ବଡ ଖେଳାଳିଙ୍କୁ, ଫ୍ରାଞ୍ଚାଇଜ୍ ସିଧାସଳଖ ମୋଟା ଅଙ୍କରେ କିଣିନେଇଥିବା ବେଳେ ଆଉ କିଛି ବଡ ଖେଳାଳି ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଆସନ୍ତା IPL ପାଇଁ ଶ୍ରେୟସ୍ ଆୟର, ଶିଖର ଧାଓ୍ବନ, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସାମୀ, ଇଶାନ କିଷାନ, ଅଜିଙ୍କ୍ୟ ରାହାଣେ. ସୁରେଶ ରୈନା, ଯୁଜବେନ୍ଦ୍ର ଚହଲଙ୍କ ଭଳି ଖେଳାଳି ଅକ୍ସନ୍ ଲିଷ୍ଟରେ ରହିଛନ୍ତି ।
𝘽𝙞𝙜 𝙉𝙖𝙢𝙚𝙨 𝙖𝙩 𝙩𝙝𝙚 𝙈𝙚𝙜𝙖 𝘼𝙪𝙘𝙩𝙞𝙤𝙣 💪🏻
A bidding war on the cards 👍🏻 👍🏻
Here are the 1⃣0⃣ Marquee Players at the 2⃣0⃣2⃣2⃣ #IPLAuction 🔽 pic.twitter.com/lOF1hBCp8o
— IndianPremierLeague (@IPL) February 1, 2022
ସେପଟେ ଆଇପିଏଲର ଅନ୍ୟତମ ତାରକା ଖେଳାଳି ଏବି ଡିବିଲିୟର୍ସ, କ୍ରିସ ଗେଲଙ୍କ ଭଳି ବଡ଼ ଖେଳାଳି ତାଲିକାରେ ନାହାନ୍ତି । ୪୦ ଖେଳାଳିଙ୍କ ବେସ ପ୍ରାଇସ୍ ରହିଛି ୨କୋଟି । ନିଲାମ ତାଲିକାରେ ଓଡ଼ିଶାରୁ ୨ ଜଣ ସ୍ଥାନ ପାଇଛନ୍ତି । ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ନାମ ସାମିଲ ହୋଇଛି । ଏମାନଙ୍କ ବେସ ପ୍ରାଇସ୍ ୨୦ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ଓଡିଶା କ୍ରିକେଟ୍ ଆସୋସିଏସନ(ଓସିଏ)ର ସଂପାଦକ ସଞ୍ଜୟ ବେହେରା ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ଓଡିଶାରୁ ଆଇପିଏଲରେ ଏ ପର୍ଯ୍ୟନ୍ତ ମାତ୍ର ତିନି ଜଣ ଖେଳାଳି ଖେଳିଛନ୍ତି। ଏଥିରେ ଅଛନ୍ତି ପ୍ରଜ୍ଞାନ ଓଝା, ବିପ୍ଳବ ସାମନ୍ତରାୟ ଏବଂ ହଳଧର ଦାସ।୨୦୨୧ ଆଇପିଏଲ ନିଲାମରେ ଖେଳାଳିଙ୍କ ତାଲିକାରେ ଓଡିଶାରୁ ଦୁଇ ଜଣ କ୍ରିକେଟର ଗୋବିନ୍ଦ ପୋଦ୍ଦାର ଏବଂ ଶୁଭ୍ରାଂସୁ ସେନାପତି ଥିଲେ।