କ୍ରୀଡା

ଆଜିଠୁ ବେଙ୍ଗାଲୁରୁରେ ଦୁଇ ଦିନ ଧରି ଆଇପିଏଲ୍‌ର ମେଗା ଅକ୍ସନ୍‌

ଆଜିଠୁ ବେଙ୍ଗାଲୁରୁରେ ଦୁଇ ଦିନ ଧରି ଆଇପିଏଲ୍‌ର ମେଗା ଅକ୍ସନ୍‌ । ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଖେଳାଯିବାକୁ ଥିବା ଆଇପିଏଲ୍‌-୧୫ତମ ସଂସ୍କରଣ ପାଇଁ ଖେଳାଳି ନିଲାମୀ ହେବ । ଏହି ମେଗା ନିଲାମୀରେ ସାମିଲ ହେବେ ୫୯୦ ଖେଳାଳି । ଏମାନଙ୍କ ଭିତରେ ଅଛନ୍ତି ୩୭୦ ଭାରତୀୟ ଏବଂ ୨୨୦ ବିଦେଶୀ ଖେଳାଳି । ତେବେ ଭାରତ ପରେ ଅଷ୍ଟ୍ରେଲିଆରୁ ସର୍ବାଧିକ ୪୭ ଜଣ ଖେଳାଳିଙ୍କ ଅକ୍ସନ ଲିଷ୍ଟରେ ସ୍ଥାନ ଦିଆଯାଇଛି ।

୫୯୦ ଖେଳାଳିଙ୍କ ମଧ୍ୟରୁ ୨୨୮ ଖେଳାଳି ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଖେଳି ସାରିଛନ୍ତି । ଚଳିତ ଆଇପିଏଲ୍‌ ସିଜିନ୍‌ର ଅକ୍ସନରେ ୨ଟି ନୂଆ ଦଳ ଭାଗ ନେବେ । ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଏବଂ ଗୁଜରାଟ ଟାଇଟନ୍ସ ଦଳ ସମେତ ଅକ୍ସନରେ ୧୦ଟି ଦଳ ଅଂଶଗ୍ରହଣ କରିବେ । ନିଲାମିରେ ୭ଟି ଆସୋସିଏଟ୍‌ ଦେଶ ମଧ୍ୟ ସାମିଲ ହେବେ । ମେଗା ଅକ୍ସନ୍‌ର ପ୍ରଥମ ଦିନରେ ୧୬୧ ଖେଳାଳିଙ୍କ ନିଲାମ କରାଯିବ । ବାକି ଖେଳାଳିଙ୍କ ନିଲାମୀ ଫେବ୍ରୁଆରି ୧୩ ତାରିଖରେ କରାଯିବ ।

ଚଳିତ ଆଇପିଏଲ୍‌ ମେଗା ଅକ୍ସନରେ ସର୍ବନିମ୍ନ ବେସ୍‌ ପ୍ରାଇସ୍‌ ରହିଛି ୨୦ ଲକ୍ଷ ଏବଂ ସର୍ବଧିକ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା । ଅକ୍ସନରେ ସ୍ଥାନ ପାଇଥିବା ୪୮ ଖେଳାଳିଙ୍କ ବେସ ପ୍ରାଇସ୍‌ ରହିଛି ୨କୋଟି । ଯେଉଁଥିରେ ୧୭ ଭାରତୀୟ ଏବଂ ୩୧ ବିଦେଶୀ ଖେଳାଳି । ଭାରତରୁ ଆର ଆଶ୍ୱିନ, ଶ୍ରେୟସ ଆୟର , ଶିଖର ଧଓ୍ଵନ, ମହମ୍ମଦ ସାମି, ଇଶାନ କିଶାନ, ସୁରେସ ରୈନା, କ୍ରୁନାଲ ପାଣ୍ଡ୍ୟା, ଦୀପକ ଚହର ପ୍ରମୁଖଙ୍କ ୨କୋଟି ବେସ ପ୍ରାଇସ୍‌ ରହିଛି ।

ସେହିଭଳି ବିଦେଶୀ ଖେଳାଳି କ୍ୱିନଣ୍ଟନ୍‌ ଡି କକ୍‌, ଡୁ ପ୍ଲେସିସ୍‌, ଡେଭିଡ୍‌ ୱାର୍ଣ୍ଣର, ଟ୍ରେଣ୍ଟ ବୋଲ୍‌ଟ, କାଗିସୋ ରବାଡ଼ା, ପାଟ୍‌ କୁମିନ୍ସଙ୍କ ବେସ ପ୍ରାଇସ୍‌ ୨କୋଟି ରହିଛି । ନିଲାମ ତାଲିକାରେ ଓଡ଼ିଶାରୁ ୨ ଜଣ ସ୍ଥାନ ପାଇଛନ୍ତି । ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ନାମ ସାମିଲ ହୋଇଛି । ଏମାନଙ୍କ ବେସ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି ।

ଆଇପିଏଲର ତାରକା ଖେଳାଳି କ୍ରିସ୍‌ ଗେଲ୍‌, ବେନ୍‌ ଷ୍ଟୋକସ୍‌, ମିଚେଲ୍‌ ଷ୍ଟାର୍କ, ରିଚର୍ଡସନ୍‌, କାଇଲ ଜାମିସନ୍‌, ଜୋ ରୁଟ୍‌ ନିଲାମୀ ତାଲିକାରୁ ବାଦ୍‌ ପଡ଼ିଛନ୍ତି ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago