ଆଇପିଏଲ ୨୦୨୨ ରିଟେନସନ୍‌: କେଉଁ ଟିମ୍‌ କେଉଁ ଖେଳାଳିଙ୍କୁ କେତେ କୋଟି ଟଙ୍କାରେ କଲା ରିଟେନ୍‌, ଜାଣନ୍ତୁ

ଆଇପିଏଲ୍‌-୨୦୨୨ ପାଇଁ ୮ଟିଯାକ ଫ୍ରାଞ୍ଚାଇଜ୍‌ ମଙ୍ଗଳବାର ଖେଳାଳି ରିଟେନ୍‌ ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ଅନେକ ନାମ ଏମିତି ରହିଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ନିଶ୍ଚୟ। ଏଥିରେ କେତେକ ବଡ ନାଁ ସବୁ ରହିଛି, ଯେଉଁମାନଙ୍କୁ ଟିମ୍‌ରେ ସ୍ଥାନ ମିଳିନି। ଚେନ୍ନାଇ ସୁପର କିଙ୍ଗସର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ରଥମ ଖେଳାଳି ଭାବେ ରିଟେନ ହୋଇଥିବା ବେଳେ ଧୋନୀ ଦ୍ୱିତୀୟ ଖେଳାଳି ଭାବେ ରିଟେନ ହୋଇଛନ୍ତି। ଜାଡେଜା ୧୬ କୋଟି ଏବଂ ଧୋନୀ ୧୨ କୋଟିରେ ରିଟେନ ହୋଇଛନ୍ତି।

ନୂତନ ଫ୍ରାଞ୍ଚାଇଜିଙ୍କ ନିକଟରେ ଡିସେମ୍ବର ୧ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ଦୁଇ ଭାରତୀୟ ଏବଂ ଜଣେ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ୍ କରିବାର ସମୟ ରହିଛି। ଯେଉଁ ଖେଳାଳିଙ୍କୁ ୮ ଫ୍ରାଞ୍ଚାଇଜି ଦଳରେ ରଖି ନାହାନ୍ତି ସେମାନଙ୍କୁ ନିଜ ଦଳରେ ସାମିଲ୍ କରି ପାରିବେ।

କେଉଁ ଦଳ କେଉଁ ଖେଳାଳିଙ୍କୁ ରିଟେନ୍‌ କରିଛନ୍ତି :

ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ୍‌ (୧୬ କୋଟି), ଅକ୍ଷର ପଟେଲ (୯ କୋଟି), ପୃଥ୍ବୀ ସ’ (୭.୫ କୋଟି, ୮କୋଟି କଟିବ), ଅନ୍‌ରିକ୍‌ ନ ର୍ଖେ (୬.୫ କୋଟି), ବଳକା (୪୭.୫ କୋଟି)। ଶ୍ରେୟସ ଆୟର, ରବିଚନ୍ଦ୍ରନ ଅଶ୍ୱିନ, କଗିସୋ ରାବାଡା ଭଲ ପ୍ରାଦର୍ଶନ କରିଥିଲେ ମଧ୍ୟ ଲିଷ୍ଟରେ ସ୍ଥାନ ମିଳିନି।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (୧୬ କୋଟି), ଯଶ୍‌ପ୍ରୀତ୍‌ ବୁମ୍‌ରା (୧୨ କୋଟି), ସୂର୍ଯ୍ୟକୁମାର ଯାଦବ (୮ କୋଟି), କିରଣ ‌ପୋଲାର୍ଡ (୬ ‌କୋଟି), ବଳକା (୪୮ କୋଟି)।

ଚେନ୍ନାଇ ସୁପର କିଙ୍ଗ୍‌ସ: ରବୀନ୍ଦ୍ର ଜାଡେଜା (୧୬ କୋଟି), ମହେନ୍ଦ୍ର ସିଂହ ଧୋନି (୧୨ କୋଟି), ମୋଇନ୍‌ ଅଲ୍ଲୀ (୮ କୋଟି) ଋତୁରାଜ ଗାଏକ୍ବାଡ (୬ କୋଟି), ବଳକା (୪୮ କୋଟି)।

କୋଲ୍‌କାତା ନାଇଟ୍‌ ରାଇଡର୍ସ: ଆନ୍ଦ୍ରେ ରସେଲ (୧୨ କୋଟି, ମୋଟ ରାଶିରୁ ୧୬ କୋଟି କଟିବ), ବରୁଣ ଚକ୍ରବର୍ତ୍ତୀ (୮ କୋଟି, ୧୨ କୋଟି କଟିବ), ଭେଙ୍କଟେଶ ଆୟର (୮ କୋଟି), ସୁନିଲ ନାରାୟଣ (୬ କୋଟି), ବଳକା (୪୮ କୋଟି)।

ସନ୍‌ରାଇଜର୍ସ ହାଇଦ୍ରାବାଦ: କେନ୍‌ ୱିଲିୟମ୍‌ସନ୍‌ (୧୪ କୋଟି), ଅବଦୁଲ ସମଦ (୪ କୋଟି), ଉମ୍ରାନ ମଲ୍ଲିକ (୪ କୋଟି), ବଳକା (୬୮ କୋଟି)।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି (୧୫ କୋଟି), ଗ୍ଲେନ୍‌ ମ୍ୟାକ୍ସୱେଲ (୧୧ କୋଟି), ମହମ୍ମଦ ସିରାଜ (୭ କୋଟି), ବଳକା (୫୭ କୋଟି)।

ରାଜସ୍ଥାନ ରୟାଲ୍‌ସ: ସଞ୍ଜୁ ସାମ୍‌ସନ୍‌ (୧୪ କୋଟି), ଜୋସ୍‌ ବଟଲର୍‌ (୧୦ କୋଟି), ଯଶସ୍ବୀ ଜୟସ୍ବାଲ (୪ କୋଟି), ବଳକା (୬୨ କୋଟି)।

ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ (୧୨ କୋଟି), ଅର୍ଶଦୀପ ସିଂହ (୪ କୋଟି )। ପଞ୍ଜାବ କେଏଲ ରାହୁଲଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ରିଟେନ୍‌ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.