IPL 2022ର ଚାମ୍ପିୟନ ଟିମ୍ ହେବ ମାଲାମାଲ୍! ମିଳିବ ଏତେ ଟଙ୍କା ପୁରସ୍କାର ରାଶି; ଜାଣନ୍ତୁ କେଉଁ ଟିମ୍ କେତେ ପାଇବେ

ଆଇପିଏଲ୍ (IPL) ଦୁନିଆର ସବୁଠାରୁ ବଡ଼ ଲିଗ୍। ଏହି ଲିଗ୍ରେ ପ୍ରତ୍ୟେକ ବର୍ଷ କ୍ରିକେଟ୍ ଜଗତର ବଡ଼ ବଡ଼ ଖେଳାଳି ଖେଳିବାକୁ ଆସନ୍ତି। ଆଇପିଏଲ୍ ଖେଳାଳିମାନଙ୍କ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି? ଆଇପିଏଲ୍ର ଟାଇଟଲ ବିଜୟୀ ଟିମ୍କୁ କେତେ ପୁରସ୍କାର ରାଶି ଦିଆଯାଏ। ଆଇପିଏଲ୍ରେ ଚାମ୍ପିୟନ ଟିମ୍ଠୁ ନେଇ ଚତୁର୍ଥ ସ୍ଥାନରେ ରହୁଥିବା ଟିମ୍କୁ ପୁରସ୍କାର ରାଶି ଦିଆଯାଇଥାଏ। ଆସନ୍ତୁ ଜାଣିବା, IPL 2022ରେ କେଉଁ ଟିମ୍ କେତେ ମାଲାମାଲ ହେବେ।
ଆଇପିଏଲ୍ର ଫାଇନାଲ ମ୍ୟାଚ୍ ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ରେ ବିଜୟୀ ଟିମ୍କୁ ୨୦ କୋଟି ଟଙ୍କା ପୁରସ୍କାର ରାଶି ଦିଆଯିବ, ଯାହାକି ସାରା ବିଶ୍ୱରେ ଖେଳା ଯାଉଥିବା ଅଳଗା ଅଲଗା ଟି-୨୦ ଲିଗ୍ ମଧ୍ୟରୁ ସବୁଠାରୁ ଅଧିକ। ଫାଇନାଲରେ ହାରୁଥିବା ଟିମ୍କୁ ୧୩ କୋଟି ଟଙ୍କା ଦିଆଯିବ। ଗତବର୍ଷ ଏହି ରାଶି ୧୨.୫ କୋଟି ଟଙ୍କା ଥିଲା। ଆଇପିଏଲ୍ ୨୦୨୨ରେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଥିବା ଟିମ୍କୁ ମଧ୍ୟ ୭ କୋଟି ଲେଖାଏଁ ଟଙ୍କା ଦିଆଯିବ।

ସାରା ବିଶ୍ୱରେ ଖେଳା ଯାଉଥିବା ଅଲଗା ଅଲଗା ଟି-୨୦ ଲିଗ୍ ମଧ୍ୟରୁ କୌଣସି ବି ଲିଗ୍ରେ ଏତେ ପୁରସ୍କାର ରାଶି ଦିଆଯାଏ ନାହିଁ। ଇଣ୍ଡିଆନ ପ୍ରିମିୟର ଲିଗ୍ ପରେ କ୍ୟାରେବିୟନ ପ୍ରିମିୟର ଲିଗ୍ରେ ସବୁଠୁ ଅଧିକ ପୁରସ୍କାର ରାଶି ଦିଆଯାଇଥାଏ। କ୍ୟାରେବିୟନ ଲିଗ୍ (CPL)ର ଟାଇଟଲ ବିଜୟୀ ଟିମ୍କୁ ୭.୫ କୋଟି ଟଙ୍କା ଦିଆଯାଉଛି। ସେପଟେ ପାକିସ୍ତାନ ସୁପର ଲିଗ୍ (PSL)ଠାରୁ ମଧ୍ୟ ଅଧିକ ପୁରସ୍କାର ରାଶି ବାଂଲାଦେଶ ପ୍ରିମିୟର ଲିଗ୍ (BPL)ରେ ମିଳୁଛି। ବାଂଲାଦେଶ ପ୍ରିମିୟର ଲିଗ୍ରେ ୬.୩୪ କୋଟି ଟଙ୍କା ପ୍ରାଇଜ୍ ମନି ମିଳିଥାଏ, ଯେତେବେଳେ କି, ପାକିସ୍ତାନ ସୁପର ଲିଗ୍ରେ ଏହି ରାଶି ୩.୭୩ କୋଟି ଟଙ୍କା ରହିଛି।
୨୦୦୮ ମସିହାରେ ଆଇପିଏଲ୍ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହାର ୧୫ତମ ସିଜନ ଖେଳାଯାଉଛି। ଆଇପିଏଲ୍ ବିଶ୍ୱରେ ସବୁଠାରୁ ଅଧିକ ଦେଖା ଯାଉଥିବା କ୍ରିକେଟ୍ ଲିଗ୍। ଏହାର ପ୍ରଥମ ସିଜନରେ ଚାମ୍ପିୟନ ଟିମ୍କୁ ୪.୮ କୋଟି ଟଙ୍କା ମିଳିଥିଲା। ଏହି ପ୍ରାଇଜ୍ ମନି ଏବେ ପାଖାପାଖି ୪ ଗୁଣା ବଢ଼ି ଯାଇଛି। ଗତ ବର୍ଷ ଟାଇଟଲ ଜିତିଥିବା ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସକୁ ୨୦ କୋଟି ଟଙ୍କା ପୁରସ୍କାର ରାଶି ଦିଆଯାଇଥିଲା। ଚଳିତ ବର୍ଷ ମଧ୍ୟ ଏତିକି ହିଁ ପ୍ରାଇଜ୍ ମନି ରଖାଯାଇଛି।