କ୍ରୀଡା

ଆଇପିଏଲ୍ ୨୦୨୨ ଟାଇଟଲ ବାଜିମାରିନେଲେ ହାର୍ଦ୍ଦିକ ପାଣ୍ଡ୍ୟା, ରାଜସ୍ଥାନକୁ ୭ୱିକେଟରେ ହରାଇଲା ଗୁଜରାଟ ଟାଇଟନ୍ସ

ଶେଷ ହୋଇଛି ଆଇପିଏଲ୍ ମହାଲଢେଇ। ଆଜି ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ। ମ୍ୟାଚରେ ଟାଇଟଲ ବାଜି ମାରିନେଲା ଗୁଜରାଟ। ପ୍ରଥମ ଥର ପାଇଁ ଆଇପିଏଲରେ ସ୍ଥାନ ପାଇଁ ଗୁଜରାଟ ଟାଇଟନ୍ସ ଫାଇନାଲରେ ପ୍ରବେଶ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଟିମ୍ ଗୁଜରାଟ ଭଲ ପ୍ରଦର୍ଶନ କରିଥିଲା। ରାଜସ୍ଥାନକୁ ୭ୱିକେଟରେ ହରାଇଲା ଗୁଜରାଟ ଟାଇଟନ୍ସ ।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ 20 ଓଭର୍ ରେ 9ୱିକେଟ ହରାଇ 130ରନ କରିଥିଲା। ରାଜସ୍ଥାନର ବ୍ୟାଟ୍ସମ୍ୟାନ ବଟଲର ସର୍ବାଧିକ 39 ରନ୍ କରିଥିଲେ।ଯଶସ୍ୱୀ ଯଶଓ୍ଵାଲ 22ରନ୍ କରିଥିଲେ। ସେହିପରି ଅଧିନାୟକ ସଞ୍ଜୁ ସାମସନ୍ 14ରନ୍ କରି ଆଉଟ୍ ହୋଇଥିଲେ।

ଗୁଜରାଟ ତରଫରୁ ଶୁଭମନ୍ ଗିଲ 14 ରନ୍ ଏବଂ ମାଥ୍ୟୁ ଓ୍ଵାଡେ 8ରନ୍ କରି ଆଉଟ୍ ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା 34ରନ୍ କରି ଆଉଟ୍ ହୋଇଥିଲେ।

ଆଇପିଏଲରେ ଗୁଜରାଟ ଟାଇଟନ୍ସ ୧୪ଟି ମ୍ୟାଚ ଖେଳି ୧୦ଟି ବିଜୟ ହାସଲ କରି ୪ଟି ମ୍ୟାଚ୍ ହାରିଥିଲା। ସେହିପରି ରାଜସ୍ଥାନ ୧୪ଟି ମ୍ୟାଚରୁ ୯ ମ୍ୟାଚରେ ଜିତି ୫ଟି ମ୍ୟାଚ୍ ପରାଜୟ ଗ୍ରହଣ କରିଥିଲା। ପଏଣ୍ଟତାଲିକା ଲକ୍ଷ୍ମୌ ଟିମ୍ ଭଲ ଦେଖିଥିଲେ ସୁଦ୍ଧା ରନରେଟ କମ୍ ଥିବାରୁ ରାଜସ୍ଥାନ ଫାଇନାଲକୁ ଯାଇଥିଲା। ଲକ୍ଷ୍ମୌ ୧୪ଟି ମ୍ୟାଚରୁ ୯ଟି ମ୍ୟାଚ ଜିତିଥିବା ବେଳେ ୫ଟି ମ୍ୟାଚ ହାରିଛି।

Photo credit: Populous

ଗୁଜରାଟ ଟାଇଟନ୍ସ : ରିଦ୍ଧିମାନ ଶାହ, ଶୁଭମନ ଗିଲ, ମାଥ୍ୟୁ ଓ୍ଵାଡେ, ହାର୍ଦ୍ଦିକ ପାଣ୍ଡ୍ୟା( ଅଧିନାୟକ), ଡେଭିଡ ମିଲର, ରାହୁଲ ତେଓ୍ଵାତିଆ, ରାସିଦ ଖାନ, ରବିଶ୍ରୀନିବାସନ ସାଇ କିଶୋର, ୟଶ ଦୟାଲ, ଆଲଜାରି ଜୋଶେଫ, ମହମ୍ମଦ ସାମି।

ରାଜସ୍ଥାନ ରୟାଲ୍ସ : ଯଶସ୍ୱୀ ଯଶଓ୍ଵାଲ, ଜୋସ ବଟଲର, ସଞ୍ଜୁ ସାମସନ (ଅଧିନାୟକ), ଦେବଦତ୍ତ ପାଡିକିଲ, ରବିଚନ୍ଦ୍ରନ ଅଶ୍ୱିନ, ଶୀମରନ ହଟମେୟାର, ରିୟାନ ପରାଗ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଦ କ୍ରିଷ୍ଣା, ଯୁଜବେନ୍ଦ୍ର ଚହଲ, ଓବେଡ ମେକଏ।

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

24 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

29 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago