IPL ୨୦୨୩ ବିଜେତା ଚେନ୍ନାଇ ଉପରେ ଟଙ୍କାର ବର୍ଷା ! ଗୁଜରାଟକୁ ବି ମିଳିଲା କୋଟି କୋଟି

ଜାଣନ୍ତୁ IPL ୨୦୨୩ ରେ ଶ୍ରେଷ୍ଠ ୪ଟି ଦଳର ପୁରସ୍କାର ଟଙ୍କା କେତେ?

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ଶେଷ ହୋଇଛି। ସୋମବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚରେ ଗୁଜରାଟକୁ ୫ ୱିକେଟରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୩ ଟାଇଟଲ ଜିତିଛି । ଚେନ୍ନାଇ ଟିମ ଡିଏଲଏସ୍ ନିୟମ ଅନୁଯାୟୀ ଗୁଜରାଟକୁ ହରାଇଛି। ଏହି ମ୍ୟାଚ୍ ରେ ଧୋନିଙ୍କ ଟିମ୍ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ।

ଅନ୍ତିମ ମ୍ୟାଚ୍ ପରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା ଯେଉଁଥିରେ ଚାମ୍ପିଅନ୍ ଏବଂ ରନର୍ ଅପ୍ ଦଳକୁ ଟଙ୍କା ଦିଆଯାଇଥିଲା। ଏହା ବ୍ୟତୀତ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଜେତା ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ ୨୦କୋଟି ଟଙ୍କା ଦିଆଯାଇଥିବାବେଳେ ରନର୍ସ ଅପ୍ ଦଳ ଗୁଜୁରାଟ ଟାଇଟାନ୍ସକୁ ୧୨.୫୦ କୋଟି ଟଙ୍କା ମିଳିଛି । ଅନ୍ୟପକ୍ଷରେ ଗୁଜୁରାଟ ଟାଇଟାନ୍ସ ଖେଳାଳି ଶୁବମନ ଗିଲ କମଳା କ୍ୟାପ ଏବଂ ଶାମି ବାଇଗଣୀ କ୍ୟାପ ଜିତିଥିଲେ ।

IPL ୨୦୨୩ ରେ ଶ୍ରେଷ୍ଠ-ଚାରି ଦଳର ପୁରସ୍କାର ଟଙ୍କା :

• ବିଜେତା ଦଳ (ଚେନ୍ନାଇ ସୁପର କିଙ୍ଗସ୍) – ୨୦ କୋଟି ଟଙ୍କା
• ରନର୍ସ ଅପ୍ – (ଗୁଜୁରାଟ ଟାଇଟାନ୍ସ) – ୧୨.୫୦ କୋଟି ଟଙ୍କା
• ତୃତୀୟ ସ୍ଥାନ (ମୁମ୍ବାଇ ଇଣ୍ଡିଆନ୍ସ) – ୭ କୋଟି ଟଙ୍କା
• ଚତୁର୍ଥ ସ୍ଥାନ  (ଲକ୍ଷ୍ନୌ ସୁପର ଜିଆଣ୍ଟସ୍) – ୬.୫ କୋଟି ଟଙ୍କା

cap

IPL ୨୦୨୩ ରେ ଏହି ଖେଳାଳି ମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି:

• ସିଜନରେ ଅଧିକାଂଶ ୱିକେଟ୍ (ବାଇଗଣୀ କ୍ୟାପ୍) – ମହମ୍ମଦ ଶାମି ୨୮ ୱିକେଟ୍ (୧୦ ଲକ୍ଷ ଟଙ୍କା)
• ସିଜନରେ ଅଧିକାଂଶ ରନ୍ (କମଳା କ୍ୟାପ୍) – ଶୁବମନ ଗିଲ ୮୯୦ ରନ୍ (୧୦ ଲକ୍ଷ ଟଙ୍କା)
• ସିଜନର ଉଦୀୟମାନ ଖେଳାଳି – ଯଶସ୍ୱୀ ଜୟସୱାଲ (୧୦ ଲକ୍ଷ ଟଙ୍କା)
• ସିଜିନର ଇଲେକ୍ଟ୍ରିକ୍ ଷ୍ଟ୍ରାଇକର୍ – ଗ୍ଲେନ୍ ମ୍ୟାକ୍ସୱେଲ (୧୦ ଲକ୍ଷ ଟଙ୍କା)
•ସିଜନର ଗେମ୍ ଚେଞ୍ଜର – ଶୁବମାନ ଗିଲ (୧୦ ଲକ୍ଷ ଟଙ୍କା)
• ପେଟିଏମ୍ ଫେୟାରପ୍ଲେ ପୁରସ୍କାର – ଦିଲ୍ଲୀ ରାଜଧାନୀ
• କ୍ୟାଚ୍ ଅଫ୍ ସିଜନ୍ – ରାସିଦ୍ ଖାନ୍ (୧୦ ଲକ୍ଷ ଟଙ୍କା)
• ସବୁଠାରୁ ମୂଲ୍ୟବାନ ଖେଳାଳୀ – ଶୁବମନ ଗିଲ (୧୦ ଲକ୍ଷ ଟଙ୍କା)
• ଦୀର୍ଘତମ ଛଅ: ଫାପ୍ ଡୁପ୍ଲେସି (୧୦ ଲକ୍ଷ ଟଙ୍କା)
• ପିଚ୍ ଏଣ୍ଡ ଗ୍ରାଉଣ୍ଡ ପୁରସ୍କାର: ୱାନକେଡେ ଷ୍ଟାଡିୟମ୍ ଏବଂ ଇଡେନ୍ ଗାର୍ଡେନ୍ (୫୦ଲକ୍ଷ ଟଙ୍କା)

IPL ୨୦୨୩  ସବୁଠୁ ଅଧିକ ରନ୍:

• ଶୁବମନ ଗିଲ (ଗୁଜୁରାଟ ଟାଇଟାନ୍ସ) – ୮୯୦ରନ୍
• ଫାପ୍ ଡୁପ୍ଲେସି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) -୭୩୦ ରନ୍
• ଡିଭନ୍ କନୱେ (ଚେନ୍ନାଇ ସୁପର କିଙ୍ଗସ୍) – ୬୭୨ ରନ୍
• ବିରାଟ କୋହଲି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) – ୬୩୯ ରନ୍
• ଯଶସ୍ୱୀ ଜୟସୱାଲ (ରାଜସ୍ଥାନ ରୟାଲ୍ସ) -୬୨୫ରନ୍

IPL ୨୦୨୩ ରେ ଅଧିକାଂଶ ୱିକେଟ୍ :

• ମହମ୍ମଦ ଶାମି (ଗୁଜୁରାଟ ଟାଇଟାନ୍ସ) – ୨୮ ୱିକେଟ୍
• ମୋହିତ ଶର୍ମା (ଗୁଜୁରାଟ ଟାଇଟାନ୍ସ) – ୨୭ ୱିକେଟ୍
• ରାସିଦ ଖାନ (ଗୁଜୁରାଟ ଟାଇଟାନ୍ସ) – ୨୭ ୱିକେଟ୍
• ପୀୟୁଷ ଚାୱଲା (ମୁମ୍ବାଇ ଇଣ୍ଡିଆନ୍ସ) – ୨୨ ୱିକେଟ୍
• ୟୁଜବେନ୍ଦ୍ର ଚହଲ (ରାଜସ୍ଥାନ ରୟାଲ୍ସ) -୨୧ ୱିକେଟ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.