ଆଇପିଏଲ ୨୦୨୩: ଜାଣନ୍ତୁ କେଉଁ ଦଳ କାହାକୁ ରଖିଲେ ଓ କାହାକୁ ଛାଡ଼ିଲେ

୨୦୨୩ ଆଇପିଏଲର ମିନି ଅକ୍ସନ ପୂର୍ବରୁ ସବୁ ଦଳ ସେମାନଙ୍କ ରିଲିଜ୍‌ ଓ ରିଟେନ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି । ମିନି ଅକ୍ସନ ପୂର୍ବରୁ ଅନେକ ବଡ଼ବଡ଼ ଖେଳାଳିଙ୍କୁ ସେମାନଙ୍କ ପ୍ରାଞ୍ଚାଇଜ୍‌ ମାନେ ରିଲିଜ୍‌ କରି ଦେଇଛନ୍ତି । ସେହିପରି ଅନେକ ହେଭିୱେଟ ଏବେ ବି ଦଳଗୁଡ଼ିକ ସହ ରହିଛନ୍ତି । ଖେଳାଳି ରିଲିଜ୍‌ ଓ ରିଟେନ ପାଇଁ ଗତକାଲି ଶେଷ ତାରିଖ ରହିଥିଲା । ସନ୍ଧ୍ୟା ୫ଟା ସୁଦ୍ଧା ଆଇପିଏଲରେ ଭାଗ ନେଉଥିବା ସମସ୍ତ ୧୦ ଦଳ ନିଜ ନିଜର ତାଲିକା ସାର୍ବଜନୀନ କରିଥିଲେ । ଆସନ୍ତା ଡିସେମ୍ବର ୧୬ ତାରିଖରେ କୋଚିରେ ଆଇପିଏଲ ୨୦୨୩ ପାଇଁ ଅକ୍ସନ ହେବ । ଏହି ସମୟରେ ସବୁ ଦଳକୁ ଅତିରିକ୍ତ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସୁଯୋଗ ମିଳିବ ।

IPL-2023 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବରିଷ୍ଠ ଖେଳାଳି କିରଣ ପୋଲାର୍ଡ ଆଇପିଏଲରୁ ଅବସର ନେଇ ଘୋଷଣା କରିଛନ୍ତି । ଏବେ ମୁମ୍ବାଇ ଟିମର ବ୍ୟାଟିଂ କୋଚ୍‌ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ପଞ୍ଜାବ କିଙ୍ଗ୍‌ସ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ରିଲିଜ୍‌ କରିଥିବା ବେଳେ ଶିଖର ଧୱନ୍‌ଙ୍କୁ କ୍ୟାପ୍‌ଟେନ୍‌ସିି ଦାୟିତ୍ୱ ଦେଇଛି । ଡେ୍ଵନ ବ୍ରାଭୋଙ୍କୁ ରିଲିଜ୍‌ କରିଛି ଚେନ୍ନାଇ ସୁପର କିଙ୍ଗସ । ସନ ରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ କେନ୍‌ ୱିଲିୟମସନଙ୍କୁ ମଧ୍ୟ ଅକ୍ସନକୁ ଛାଡ଼ିଛି । ଓଡ଼ିଆ ତାରକା ଶୁଭ୍ରାଂଶୁ ସେନାପତିଙ୍କୁ ପୁଣିଥରେ ଚେନ୍ନାଇ ନିଜ ପାଖରେ ରଖିଛି । ଗତ ସଂସ୍କରଣରେ ସେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇନଥିଲେ । ତଥାପି ଚେନ୍ନାଇ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା ପୂର୍ବଭଳି ରଖି ରିଟେନ କରିଛି ।

Leave A Reply

Your email address will not be published.