ଆଜିଠୁ ଆରମ୍ଭ ଆଇପିଏଲ୍ ମହାସମର, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ କିଙ୍ଗ ଖାନ୍ – କିଙ୍ଗ କୋହଲି

ଆଜିଠୁ ଫଟାଫଟ କ୍ରିକେଟ ମହାସମର । ଆରମ୍ଭ ହେବ ଆଇପିଏଲର ନୂଆ ସଂସ୍କରଣ । ଦୁଇ ମାସ ଧରି ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନରେସନ୍ଧ୍ୟା ୬ଟାରେ ଉଦ୍‌ଘାଟନୀ ଉତ୍ସବ ହେବ ଓ ୭ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ । ମେ ୨୫ରେ ଗ୍ରାଣ୍ଡ ଫିନାଲେ ମଧ୍ୟ ଇଡେନ ଗାର୍ଡେନରେ ଖେଳାଯିବ । ଆଜି ଉଦଘାଟନୀ ମ୍ୟାଚରେ କୋହଲି କ୍ରେଜ୍ ବନାମ କିଙ୍ଗ ଖାନ୍। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମରେ ଖେଳିବେ ବିରାଟ କୋହଲି। ନିକଟରେ ଚାମ୍ପିଅନ୍ସ ଟ୍ରଫିରେ ଉଚ୍ଚ ପ୍ରଦର୍ଶନ ପରେ ତାଙ୍କ କ୍ରେଜ୍ ଆହୁରି ବଢ଼ି ଯାଇଛି। ଗ୍ୟାଲେରୀରେ ତାଙ୍କୁ ଭରପୁର ସମର୍ଥନ ମିଳିବ।

ଅନ୍ୟପଟେ କୋଲକାକାତା ନାଇଟ ରାଇଡର୍ସକୁ ଗ୍ୟାଲେରୀରୁ ଚିଅରଅପ୍ କରିବେ ମାଲିକ କିଙ୍ଗ୍ ଖାନ୍ ଶାହରୁଖ । ତାଙ୍କୁ ଦେଖିବାକୁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବଡ଼ ଉତ୍ସାହ ରହିବ।

୨୦୦୮ ମସିହାର ଆଇପିଏଲ ପ୍ରଥମ ସଂସ୍କରଣ ପର ଠାରୁ ପ୍ରଥମ ଥର ଏକ ଉଦଘାଟନୀ ମ୍ୟାଚରେ ଦୁଇ ଦଳ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି । ଉଭୟ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଆଶା ରଖିଛନ୍ତି ।  କେକେଆର ଘରୋଇ ଗ୍ରାଉଣ୍ଡରେ ଖେଳୁ ଥିବାରୁ ପ୍ରଶଂସକଙ୍କ ଉପସ୍ଥିତିର ଫାଇଦା ନେବ।  କୋଲକାତା ନାଇଟ ରାଇଡର୍ସ ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ।  ସେହିପରି ରଜତ ପଟିଦାରଙ୍କ କ୍ୟାପଟେନ୍ସିରେ ଅଭିଯାନ ଆରମ୍ଭ କରିବ ଆରସିବି ।  ଆଜି ସଂଧ୍ୟା ୬ଟାରେ ଉଦଘାଟନୀ ଉତ୍ସବ ।  ସାଢ଼େ ୭ଟାରୁ ମ୍ୟାଚ୍ ଆରମ୍ଭ ।  ଅନ୍ୟପଟେ ଏଥର ଧୋନୀ, ରୋହିତ ଓ ବିରାଟ କୋହଲିଙ୍କ ଶେଷ ଆଇପିଏଲ ମ୍ୟାଚ୍ ହୋଇପାରେ ।  ତେଣୁ ଏହି ୩ ଜଣଙ୍କ ପ୍ରଦର୍ଶନ ଉପରେ ନଜର ରହିବ।

 

 

ଆହୁରି ପଢ଼ନ୍ତୁ : କୋଲକାତାରେ ପହଞ୍ଚିବା ଆରମ୍ଭ କଲେଣି କ୍ରିକେଟ୍ ଟିମ୍, ଉଦଘାଟନୀ ଉତ୍ସବ ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି