ଆଇପିଏଲ: ଆୟରଙ୍କ ଧୂଆଁଧାର ବ୍ୟାଟିଂ, ଗୁଜରାଟ ଟାଇଟନ୍ସକୁ ୧୧ ରନରେ ପରାସ୍ତ କଲା ପଞ୍ଜାବ କିଙ୍ଗସ

ନିଜ ମାଟିରେ ହାରିଲା ଗୁଜରାଟ । ଆଇପିଏଲରେ ପଞ୍ଜାବ କିଙ୍ଗସର ଶାନଦାର ଆରମ୍ଭ । ଅଧିନାୟକ ଶ୍ରେୟସ ଆୟରଙ୍କ ଧୂଆଧାର ବ୍ୟାଟିଂ ବଳରେ ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ପଞ୍ଜାବ । ଗୁଜରାଟ ଟାଇଟନ୍ସକୁ ୧୧ ରନରେ ପରାସ୍ତ କରି ହାସଲ କଲା ପ୍ରଥମ ବିଜୟ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗସ ୨୪୩ ରନ୍ ସାଉଁଟିଥିଲା। ସେପଟେ ୨୪୪ ରନ ଲକ୍ଷ୍ୟକୁ ପିଛା କରି ୫ ୱିକେଟ ହରାଇ ୨୩୨ ରନ୍ କରିପାରିଥିଲା ଗୁଜରାଟ ଟାଇଟନ୍ସ । ପଞ୍ଜାବ ପକ୍ଷରୁ ଅଧିନାୟକ ଶ୍ରେୟସ ଆୟରଙ୍କ ଧୂଆଁଧାର ୯୭ ରନ୍ ମ୍ୟାଚରେ ରୋମାଞ୍ଚ ବଢାଇଥିଲା । ଯାହା ଭିତରେ ଥିଲା ୯ଟି ଛକା ଓ ୫ଟି ଚଉକା । ଗୁଜରାଟ ପକ୍ଷରୁ ଶୁବମନ ଗିଲ୍ ୩୩ ରନ୍ କରି ଆଉଟ୍ ହୋଇଥିଲେ। ପଞ୍ଜାବ ପାଇଁ ଅର୍ଶଦୀପ ସିଂ ସର୍ବାଧିକ ଦୁଇଟି ୱିକେଟ ନେଇଥିଲେ।
ପଞ୍ଜାବ ବିଜୟର ଅନ୍ୟତମ ହିରୋ ସାଜିଥିଲେ ବିଜୟ କୁମାର ବୈଶାକ, ପ୍ରିୟାଂଶ ଆର୍ଯ୍ୟା ଓ ଶଶାଙ୍କ ସିଂହ । ଆଇପିଏଲରେ ଡେବ୍ୟୁ କରିଥିବା ପ୍ରିୟାଂଶ ଭଲ ଆରମ୍ଭ କରି ମାତ୍ର ୨୩ ବଲରେ ୪୭ ରନ କରିଥିଲେ । ୬ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିବା ଶଶାଙ୍କ ୧୬ଟି ବଲରେ ୪୪ ରନ୍ ସାଉଁଟିଥିଲେ । ସେହିଭଳି ବିଜୟ କୁମାର ୧୬ ଓ ୧୭ ତମ ଓଭରରେ ଆକ୍ରମଣାତ୍ମକ ବୋଲିଂ କରି ଗୁଜରାଟ ବିଜୟରେ ଲଗାଇଥିଲେ ପୂର୍ଣ୍ଣଚ୍ଛେଦ ।
ଆହୁରି ପଢ଼ନ୍ତୁ : ରାଜନୀତି ଓ ଅନ୍ୟାୟର ଶିକାର ହୋଇଥିଲେ ଆଶୁତୋଷ ଶର୍ମା, ଅପରାଜିତ ଅର୍ଦ୍ଧଶତକ ମାରି ସମସ୍ତଙ୍କୁ ମୁହଁତୋଡ଼ ଜବାବ ଦେଲେ