ଆଇପିଏଲ ୨୦୨୫ : ବଦଳିଲା ଆହତ ଖେଳାଳିଙ୍କ ରିପ୍ଲେସମେଣ୍ଟ ନିୟମ, ୭ରୁ ୧୨ ମ୍ୟାଚକୁ ବୃଦ୍ଧି

ଆଉ ମାତ୍ର କେଇ ଦିନ ପରେ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ । IPL 2025 ର ପ୍ରଥମ ମ୍ୟାଚ୍ ୨୨ ମାର୍ଚ୍ଚରେ ଇଡେନ୍ ଗାର୍ଡେନରେ KKR ଏବଂ RCB ମଧ୍ୟରେ ଖେଳାଯିବ । ୫ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ସେମାନଙ୍କର ଆହତ ଖେଳାଳି ଲିଜାଡ୍ ୱିଲିୟମ୍ସଙ୍କ ସ୍ଥାନରେ କର୍ବିନ୍ ବୋଶଙ୍କୁ ଦଳରେ ସାମିଲ କରିଛି । ଏଥିପାଇଁ ବୋଶଙ୍କୁ ପିଏସଏଲ ଛାଡିବାକୁ ପଡିଲା, ଯାହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କ ବିରୋଧରେ ଏକ ଆଇନଗତ ନୋଟିସ ଜାରି କରିଛି ।

ଏହା ନିୟମର ଉଲ୍ଲଂଘନ ବୋଲି ବୋର୍ଡ ଦାବି କରିଥିଲା । IPLରେ ଆହତ ଖେଳାଳିଙ୍କ ବଦଳ ସମ୍ପର୍କରେ କ’ଣ ନିୟମ ରହିଛି ତାହା ଜାଣିବା ଜରୁରୀ ।  ଏଥର ଏହି ନିୟମରେ ପରିବର୍ତ୍ତନ ହୋଇଛି ।

IPL 2025 ରେ ଆହତ ଖେଳାଳିଙ୍କ ବଦଳ ପାଇଁ ନିୟମ :

IPL ଟିମ୍ ଏବେ ସେମାନଙ୍କର ୧୨ତମ ଲିଗ୍ ମ୍ୟାଚ୍ ପର୍ଯ୍ୟନ୍ତ ଆହତ ଖେଳାଳିମାନଙ୍କୁ ବଦଳାଇପାରିବ । ପୂର୍ବରୁ ଏହା କେବଳ ୭ ମ୍ୟାଚ୍ ମଧ୍ୟରେ ସୀମିତ ଥିଲା ।

ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ରେଜିଷ୍ଟ୍ରର ଉପଲବ୍ଧ ଖେଳାଳି ସାମିଲ ହୋଇପାରିବେ । ତାଙ୍କର ଲିଗ୍ ଫିସ୍ ତା’ ବଦଳ ଖେଳାଳିଙ୍କ ଠାରୁ ଯେପରି ଅଧିକ ହୋଇନଥାଏ ।

ଖେଳାଳିଙ୍କ ଆଘାତ କିମ୍ବା ଅସୁସ୍ଥତା ଦଳର ୧୨ ଲିଗ୍ ମ୍ୟାଚ୍ ସମୟରେ କିମ୍ବା ପୂର୍ବରୁ ହେବା ଆବଶ୍ୟକ ।

ଖେଳାଳି ସିଜିନ୍ ଶେଷ ପର୍ଯ୍ୟନ୍ତ ଆଘାତରୁ ସୁସ୍ଥ ହୋଇପାରିବେ ନାହିଁ ତାହା ବିସିସିଆଇ ଦ୍ୱାରା ମନୋନୀତ ଡାକ୍ତରଙ୍କୁ ନିଶ୍ଚିତ କରିବେ ।

ଆଘାତ ଯୋଗୁଁ ବାହାରେ ଥିବା ଖେଳାଳି ସିଜିନରେ ଆଉ କୌଣସି ମ୍ୟାଚ୍ ଖେଳିପାରିବେ ନାହିଁ ।

ଖେଳାଳିଙ୍କ ପରିବର୍ତ୍ତନ ପରେ ଟିମରେ ସର୍ବାଧିକ ଖେଳାଳିଙ୍କ ସଂଖ୍ୟା ୨୫ ରୁ ଅଧିକ ହୋଇପାରିବ ନାହିଁ ।

Also Read : IML ଲିଗ୍ ଫାଇନାଲରେ ରାଗିଗଲେ ଯୁବରାଜ ସିଂ, ବ୍ରାଏନ ଲାରା ଆସି ଭିଡ଼ି ନେଲେ : ଭିଡିଓ ଭାଇରଲ