ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ଚଳିତ ଆଇପିଏଲ-୨୦୨୫, ବିସିସିଆଇ ନେଲା ନିଷ୍ପତ୍ତି

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସ୍ଥିତି ଯୋଗୁଁ ଚଳିତ ଆଇପିଏଲ ୨୦୨୫କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି । ଏନେଇ ବିସିସିଆଇ ସୂଚନା ଦେଇଛି ।

କେନ୍ଦ୍ର ସରକାର ଏବଂ ସମସ୍ତ ଫ୍ରାଞ୍ଚାଇଜ ସହିତ କଥା ହେବା ପରେ ,ହାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଆଉ ବାକି ଥିବା ଆଇପିଏଲ ମ୍ୟାଚ ହେବନି । ସ୍ଥିତି ସ୍ବାଭାବିକ ହେଲେ ପରେ ବାକି ମ୍ୟାଚ୍ କରିବା ନେଇ ନିଷ୍ପତ୍ତି ହୋଇପାରେ । ଆଇପିଏଲ ଫାଇନାଲ ମ୍ୟାଚ୍ ଆସନ୍ତା ମେ ୨୫ରେ ହେବାକୁ ଥିଲା ।

ପୂର୍ବରୁ ଆଇପିଏଲର ଚେୟାରମ୍ୟାନ ଅରୁଣ ଧୁମଲ କହିଥିଲେ, ଲିଗ୍ ଜାରି ରଖିବା ନିଷ୍ପତ୍ତି ନେବା ଆଗରୁ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ତେବେ ଆଜି ହେବାକୁ ଥିବା ମ୍ୟାଚ ନିର୍ଦ୍ଧାରିତ ସମୟ ଅନୁସାରେ ଖେଳାଯିବ । ଏବେ ସ୍ଥିତିର ସମୀକ୍ଷା ଚାଲିଛି । ଆମକୁ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ମିଳିନାହିଁ । ସେଭଳି କିଛି ନିର୍ଦ୍ଦେଶ ଆସିଲେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ତେବେ ଗତକାଲି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଫଳରେ ଧର୍ମଶାଳା ମ୍ୟାଚକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା । ଆଜି ପୂରା ଟୁର୍ଣ୍ଣମେଣ୍ଟକୁ ସ୍ଥଗିତ ରଖା ଯାଇଛି ।

ଆଇପିଏଲ୍ ୨୦୨୫ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ଦେଶର ଅନେକ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ବର୍ତ୍ତମାନ ସୁରକ୍ଷା ସଙ୍କଟ ମଧ୍ୟରେ, ବିସିସିଆଇ ଏହି ଖେଳାଳିଙ୍କୁ ସେମାନଙ୍କ ଦେଶକୁ ଫେରାଇ ନେବା ପାଇଁ ବ୍ୟବସ୍ଥା କରୁଛି । ସେମାନଙ୍କ ଦେଶର କ୍ରିକେଟ ବୋର୍ଡ ଏବଂ ଦୂତାବାସ ସହ ଆଲୋଚନା କରି ମିଳିତ ଭାବେ କାର୍ଯ୍ୟ କରୁଛି । ତେଣୁ ବିଦେଶୀ ଖେଳାଳିମାନେ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରିବାର ବ୍ୟବସ୍ଥା କରାଯାଉଛି ।

Also Read : ଯୁଦ୍ଧ ଯୋଗୁଁ ବନ୍ଦ ହୋଇପାରେ IPL ୨୦୨୫ ! ବିଦେଶୀ ଖେଳାଳିଙ୍କ ପାଇଁ ଚିନ୍ତାରେ ବିସିସିଆଇ