ଆଜିି କୋଚିରେ ବସିବ ୨୦୨୩ ପାଇଁ ଆଇପିଏଲ ହାଟ, ଅପରାହ୍ନ ୨.୩୦ରେ ହେବ ମିନି ଅକ୍ସନ

କୋଚି: ଆଜିି କୋଚିରେ ବସିବ ୨୦୨୩ ପାଇଁ ଆଇପିଏଲ ହାଟ । ଅପରାହ୍ନ ୨.୩୦ରେ ହେବ ମିନି ଅକ୍ସନ । ନିଲାମରେ ଭାଗ ନେବେ ୪୦୫ ଖେଳାଳି । ଯାହାଙ୍କ ଭିତରେ ଅଛନ୍ତି ୨୭୩ ଭାରତୀୟ ଓ ୧୩୨ ବିଦେଶୀ କ୍ରିକେଟର ।ଖେଳାଳି କିଣିବା ପାଇଁ କଣ ରହିଛି ନିୟମ ଆସନ୍ତୁ ଜାଣିବା । ସବୁ ଫ୍ରାଞ୍ଚାଇଜି ଦଳ ମିଶି କେବଳ ୮୭ ଖେଳାଳିଙ୍କୁ କିଣି ପାରିବେ । ପ୍ରତି ଫ୍ରାଞ୍ଚାଇଜି ଅତି କମରେ ୧୮ ଖେଳାଳି ଓ ଅତି ବେଶୀରେ ୨୫ ଖେଳାଳି ନିଜ ଦଳରେ ରଖି ପାରିବେ ।

ପ୍ରତି ଦଳ ଅତି ବେଶୀରେ ୮ଜଣ ବିଦେଶୀ ଖେଳାଳିଙ୍କୁ ଟିମରେ ସାମିଲ କରିପାରିବେ । ୨୫ ପ୍ଲେୟାର୍ସ ବିଶିଷ୍ଟ ସ୍କ୍ଵାର୍ଡ ପାଇଁ ଫ୍ରାଞ୍ଚାଇଜି ଦଳ ୯୫ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ଗତ ସଂସ୍କରଣରେ ଆଇପିଏଲ ମେଗା ଅକ୍ସନ ହୋଇଥିବାରୁ ଚଳିତ ଥର ହେବ ମିନି ଅକ୍ସନ । ମେଗା ଅକ୍ସନରୁ ବଳକା ଟଙ୍କାକୁ ମିନି ଅକ୍ସନରେ ଖର୍ଚ୍ଚ କରିବେ ଫ୍ରାଞ୍ଚାଇଜି ।

ଏବେ ଆସନ୍ତୁ ଜାଣିବା ଆଇପିଏଲ ହାଟରେ ଭାଗ ନେବାକୁ ଥିବା କିଛି ତାରକା ଖେଳାଳିଙ୍କ ବେସ ପ୍ରାଇସ୍‌ ଉପରେ:

୨ କୋଟି ବେସ ପ୍ରାଇସ ଥିବା ଖେଳାଳିଙ୍କ ଭିତରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ରାଇଲି ରୁଷୋ, ନ୍ୟୁଜିଲାଣ୍ଡର କେନ ଓ୍ଵିଲିୟମସନ, ଇଂଲଣ୍ଡର ସେମ କରନ, େଓ୍ଵଷ୍ଟ ଇଣ୍ଡିଜର ଜେସନ ହୋଲ୍ଡର, ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ , େଓ୍ଵଷ୍ଟ ଇଣ୍ଡିଜର ନିକୋଲସ ପୁରନ, ଇଂଲଣ୍ଡ ଖେଳାଳି ଆଦିଲ ରସିଦ ପ୍ରମୁଖ । ଦେଢ କୋଟି ବେସ ପ୍ରାଇସରେ ଅଛନ୍ତି ଜେସନ ରଏ, ଡେବିଡ ମଲାନ, ଏଡମ ଜାମ୍ପା, ଶକିବ ଅଲ ହସନ ପ୍ରମୁଖ । ସେହିଭଳି ଏକ କୋଟି ବେସ ପ୍ରାଇସରେ ଅଛନ୍ତି ମୟଙ୍କ ଅଗ୍ରଓ୍ଵାଲ, ମୁଜିବ ଉର ରେହମାନ, ତବରେଜ୍‌ ଶାମ୍ସି , ମନିଷ ପାଣ୍ଡେ ପ୍ରମୁଖ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.