ମୁମ୍ବାଇ : ବଢ଼ିଲା ଆଇପିଏଲ୍ ବ୍ରାଣ୍ଡ ଭାଲ୍ୟୁ । ଏଥିରେ ୧୯ ପ୍ରତିଶତ ବୃଦ୍ଧି ଘଟିଛି । ଗତ ବର୍ଷ ଏହାର ବ୍ରାଣ୍ଡ ଭାଲ୍ୟୁ ୫.୩ ବିଲିୟନ୍ ଡଲାର ବା ୩୬ ହଜାର କୋଟି ଟଙ୍କା ଥିଲା । ଚଳିତ ବର୍ଷ ଏହାର ମୂଲ୍ୟ ରହିଛି ୬.୩ ବିଲିୟନ୍ ବା ୪୩ ହଜାର ୨୬୦ କୋଟି ଟଙ୍କା । ସେହିପରି ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ଙ୍କର ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ବଢ଼ିଛି । ସବୁଠୁ ଆଗରେ ଅଛି ମୁମ୍ବାଇ ଇଣ୍ଡିଆନ୍ସ । ଏହାର ମୂଲ୍ୟ ରହିଛି ୭୭୫ କୋଟି ଟଙ୍କା । ଏହା ପଛକୁ କୋଲକାତା ନାଇଟ ରାଇଡର୍ସ ୭୧୪ କୋଟି ଓ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ ୬୭୨ କୋଟି ଟଙ୍କାରେ ରହିଛନ୍ତି ।
You might also like