ଆଇପିଏଲରେ ଏଣ୍ଟ୍ରି କଲା କରୋନା, କମେଣ୍ଟେଟର ଆକାଶ ଚୋପ୍ରା କରୋନା ପଜିଟିଭ ଚିହ୍ନଟ

ଆଇପିଏଲ ୨୦୨୩ରେ ଏଣ୍ଟ୍ରି ମାରିଲା କରୋନା । ଆଇପିଏଲ୍‌ରେ ହିନ୍ଦୀ କମେଣ୍ଟ୍ରି ପ୍ୟାନେଲରେ ସାମିଲ ହୋଇଥିବା ଆକାଶ ଚୋପ୍ରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକାଶ ଟ୍ଵିଟ କରି ସୂଚନା ଦେଇଛନ୍ତି ।

ଆଇପିଏଲ୍‌ ୨୦୨୩ରେ ପୁଣିଥରେ ଏଣ୍ଟ୍ରି କଲା କରୋନା । ଆଇପିଏଲ ଧୀରେ ଧୀରେ ରୋମାଞ୍ଚକ ରୂପ ନେଇଥିବା ବେଳେ କରୋନା ଖବର ଶୁଣିବାକୁ ମିଳିଛି । ଆଇପିଏଲ୍‌ରେ ହିନ୍ଦୀ କମେଣ୍ଟ୍ରି ପ୍ୟାନେଲରେ ସାମିଲ ହୋଇଥିବା ଆକାଶ ଚୋପ୍ରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନିଜେ ଆକାଶ ଚୋପ୍ରା ଟ୍ଵିଟ୍‌ କରି ଜଣାଇଛନ୍ତି । ଆକାଶ ନିଜ ୟୁଟ୍ୟୁବ କମ୍ୟୁନିଟ ପୋଷ୍ଟ କରି ଲେଖିଛନ୍ତି, ବିରତି ପାଇଁ କ୍ଷମା କରିବେ, କୋଭିଡ ପୁଣି ଥରେ ଫେରିଛି ।

ସେହିପରି ଟ୍ୱିଟରରେ ମଧ୍ୟ ସେ ଏ ନେଇ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, ‘କଟ୍ ଆଣ୍ଡ ବୋଲ୍ଡ କୋଭିଡ, ସି ଭାଇରସ ପୁଣିଥରେ ହୋଇଯାଇଛି । ବର୍ତ୍ତମାନ ଏହାର ଅଳ୍ପ ଲକ୍ଷଣ ଦେଖିବାକୁ ମିଳିଛି ଏବଂ ସବୁକିଛି ନିୟନ୍ତ୍ରଣରେ ରହିଛି । କିନ୍ତୁ କିଛି ଦିନ କମେଣ୍ଟ୍ରିରୁ ଦୂରରେ ରହିବି, ତେବେ ଆଶା କରୁଛି ଏକ ଦମଦାର ପ୍ରତ୍ୟାବର୍ତ୍ତନ କରିବି ବୋଲି ଲେଖି ପୋଷ୍ଟ କରିଛନ୍ତି ଆକାଶ ଚୋପ୍ରା ।

ଦିଲ୍ଲୀ-ଗୁଜରାଟ ମ୍ୟାଚ ସମୟରେ ଏହି ସୂଚନା ମିଳିଥିଲା । ମଙ୍ଗଳବାର ଅରୁଣ ଜେଟଲି ଷ୍ଟାଡିୟମରେ ଗୁଜରାଟ ୬ ୱିକେଟରେ ବିଜୟୀ ହୋଇଛି। ଆଉ ଦ୍ୱିତୀୟଥର ପାଇଁ ପରାଜୟ ବରଣ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୧୬୨/୮ ସ୍କୋର କରିଥିଲା ବେଳେ ଗୁଜରାଟ ୧୮.୧ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା।

ଗୁଜରାଟ ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ସୁଯୋଗ ଦେଇଥିଲା। ତେଣୁ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୬୨ ରନ କରିଥିଲା। ଦଳର କୌଣସି ଖେଳାଳି ବିଶେଷ ଭଲ ବ୍ୟାଟିଂ ଦେଖାଇ ପାରି ନ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.