ଡେଭିଡ୍‌ ଓ୍ଵାର୍ଣ୍ଣରଙ୍କ ଆଇପିଏଲ୍‌ରେ ବଡ଼ ରେକର୍ଡ, ବନିଲେ ଲଗାତାର ସବୁଠୁ ଅଧିକ ଥର ୫୦୦+ ରନ୍‌ କରିଥିବା ପ୍ରଥମ ଖେଳାଳି

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ୍‌ ୨୦୨୦ର ଶେଷ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୧୦ ଓ୍ଵିକେଟ୍‌ରେ ବଡ଼ ବିଜୟ ଲାଭ କରିଛି। ସନ୍‌ରାଇଜର୍ସର ଏହି ବିଜୟରେ କ୍ୟାପ୍‌ଟେନ୍‌ ଡେଭିଡ୍‌ ଓ୍ଵାର୍ଣ୍ଣରଙ୍କ ବଡ଼ ହାତ ରହିଛି। ଓ୍ଵାର୍ଣ୍ଣର ୫୮ ବଲ୍‌ରେ ୧୦ଟି ଚଉକା ଓ ଗୋଟିଏ ଛକ୍କା ମାରି ୮୫ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଏହି ରନ୍‌ ସହ ଓ୍ଵାର୍ଣ୍ଣର ଏକ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି।

ଓ୍ଵାର୍ଣ୍ଣର ମୁମ୍ବାଇ ବିପକ୍ଷରେ ୮୫ ରନ୍‌ କରି ଆଇପିଏଲ୍‌ ୨୦୨୦ରେ ୫୨୯ ରନ୍‌ କରିଥିଲେ ଓ ଏହା ସହ ଲଗାତାର ୬ ସିଜନ୍‌ରେ ୫୦୦ରୁ ଊର୍ଦ୍ଧ୍ୱ ରନ୍‌ କରିଥିବା ପ୍ରଥମ ଖେଳାଳି ବନିଯାଇଛନ୍ତି। ଏହି ରନ୍‌ କରିବା ପରେ ସେ ଆରସିବି କ୍ୟାପଟେନ୍‌ ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି। ପ୍ରକାଶ ଯେ କୋହଲି ୫ ସିଜନ୍‌ରେ ୫୦୦ରୁ ଊର୍ଦ୍ଧ୍ୱ ରନ୍‌ କରିଛନ୍ତି।

warner

୬ ଆଇପିଏଲ୍‌ରେ ଓ୍ଵାର୍ଣ୍ଣରଙ୍କ ରନ୍‌:

୨୦୧୪- ୫୨୮ ରନ୍‌
୨୦୧୫-ସର୍ବାଧିକ ୫୨୬ ରନ୍‌
୨୦୧୬-୮୪୮ ରନ୍‌ (ଦ୍ୱିତୀୟ ସର୍ବାଧିକ)
୨୦୧୭-୬୪୧ ରନ୍‌
୨୦୧୯-ସର୍ବାଧିକ ୬୯୨ ରନ୍‌
୨୦୨୦-ଏବେ ଯାଏଁ ୫୨୯ ରନ୍‌
ସୂଚନାଯୋଗ୍ୟ ଯେ ୨୦୧୮ରେ ଓ୍ଵାର୍ଣ୍ଣର ବଲ ଟ୍ୟାମ୍ପରିଂ ବିବାଦ ଯୋଗୁ ଆଇପିଏଲ୍‌ ଖେଳିପାରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.