ଆଇପିଏଲ୍‌ ୨୦୨୧ରେ ଧୋନି ପୁଣି ଖେଳିବେ ନା ନାହିଁ, ଶେଷ ମ୍ୟାଚ୍‌ ପୂର୍ବରୁ ନିଜେ ଦେଲେ ଜବାବ; ଦେଖନ୍ତୁ ଭିଡିଓ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରୁ ସନ୍ନ୍ୟାସ ନେଉନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଆସନ୍ତାବର୍ଷ ମଧ୍ୟ ସେ ଚେନ୍ନାଇ ସୁପରକିଙ୍ଗସ୍‌ ତରଫରୁ ପଡ଼ିଆକୁ ଓହ୍ଲାଇବେ ବୋଲି କହିଛନ୍ତି। ଆଇପିଏଲ୍‌-୧୩ରେ ନିଜ ଶେଷ ମ୍ୟାଚ୍‌ ଖେଳୁଥିବା ଧୋନି କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ବିପକ୍ଷରେ ମଇଦାନକୁ ଓହ୍ଲାଇଛନ୍ତି।

ମ୍ୟାଚ୍‌ର ଟସ୍‌ ବେଳେ କମେଣ୍ଟେଟର ଡ୍ୟାନି ମରିସନ୍‌ ତାଙ୍କୁ ପଚାରିଥିଲେ ଯେ କ’ଣ ଆପଣ ଚେନ୍ନାଇ ପାଇଁ ଶେଷ ଆଇପିଏଲ୍‌ ଖେଳୁଛନ୍ତି କି? ଏହାର ଉତ୍ତରରେ ଧୋନି କହିଛନ୍ତି ‘ନା ଜମା ନୁହେଁ’। ଧୋନିଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି ଯେ ସେ ଆଇପିଏଲ୍‌ ୨୦୨୧ରେ ମଧ୍ୟ ସେ ଚେନ୍ନାଇ ସୁପରକିଙ୍ଗସ୍‌ ପାଇଁ ହିଁ ଖେଳିବେ।

ଧୋନିଙ୍କ ପୂର୍ବରୁ ସିଏସ୍‌କେର କ୍ୟାପଟେନ୍‌ କାଶୀ ବିଶ୍ୱନାଥନ୍‌ ମଧ୍ୟ ଚଳିତବର୍ଷ ଅଗଷ୍ଟରେ କହିଥିଲେ ଯେ ଧୋନି ୨୦୨୧ ଓ ୨୦୨୨ରେ ଚେନ୍ନାଇ ସୁପରକିଙ୍ଗସ୍‌ ପାଇଁ ଆଇପିଏଲ୍‌ ଖେଳିବେ। ପ୍ରକାଶ ଯେ ଚଳିତବର୍ଷ ଅଗଷ୍ଟ ୧୫ ତାରିଖରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.