ଆଜିର ଆଇପିଏଲ ମ୍ଯାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ ଦିଲ୍ଲୀ କ୍ଯାପିଟାଲ୍ସ, ଧୋନୀଙ୍କୁ ସାମ୍ନା କରିବେ ପନ୍ତ

ଆଇପିଏଲ୍‌ର ୫୦ତମ ଲିଗ୍‌ ମୁକାବିଲାରେ ଦୁଇ ସୁପର ପାୱାର ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ସୁପରକିଙ୍ଗ୍‌ସ ୧୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ସମାନ ପଏଣ୍ଟ ହାସଲ କରିଥିଲେ ମଧ୍ୟ ରନ୍‌ ରେଟ୍‌ରେ ପଛରେ ରହି ଦ୍ୱିତୀୟ ସ୍ଥାନ ବଜାୟ ରଖିଛି । ଉଭୟ ଦଳ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିସାରିଛନ୍ତି ।

ସୁପରକିଙ୍ଗସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସୁପରକିଙ୍ଗ୍‌ସ ଓପନର ଋତୁରାଜ ଗାଏକୱାଡ ଶତକ ଅର୍ଜନ କରିଥିଲେ । ଆଜିର ମ୍ୟାଚ୍‌ରେ ଉଭୟ ଦଳର ରଣନୀତି ଦର୍ଶକଙ୍କ ଉତ୍ସୁକତା ବଢାଇବ । କାରଣ ଗୋଟିଏ ପଟେ ଗୁରୁ ମହେନ୍ଦ୍ର ସିଂ ଧୋନି ଅଧିନାୟକ ଓ ଅନ୍ୟ ପଟରେ ତାଙ୍କ ଶିଷ୍ୟ ରିଷଭ ପନ୍ତ କ୍ୟାପିଟାଲ୍ସ ଦଳର ନେତୃତ୍ବ ନେଉଛନ୍ତି ।

ସୁପରକିଙ୍ଗ୍‌ସ: ଋତୁରାଜ ଗାଏକୱାଡ୍‌, ଫାପ ଡୁ ପ୍ଲେସି, ମୋଇନ ଅଲି, ଅମ୍ବାତି ରାୟୁଡୁ, ସୁରେଶ ରାଇନା, ମହେନ୍ଦ୍ର ସିଂ ଧୋନି(ଅଧିନାୟକ), ରବିନ୍ଦ୍ର ଜାଡେଜା, ଡ୍ୱେନ ବ୍ରାଭୋ, ସର୍ଦୁଲ ଠାକୁର, ଦୀପକ ଚହର, ଜୋସ ହାଜେଲଉଡ୍‌/ସାମ କୁରାନ ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଶିଖର ଧାୱନ, ଷ୍ଟିଭେନ ସ୍ମିଥ, ଶ୍ରେୟାସ ଆୟର, ରିଷଭ ପନ୍ତ(ଅଧିନାୟକ), ସିମରନ ହେତମେୟର, ଅକ୍ଷର ପଟେଲ, ଆର ଅଶ୍ୱିନ, କାଗିସୋ ରାବାଡା, ଆନରିଚ ନର୍ଜ, ଅଭେଶ ଖାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.