ବର୍ଷ ଛାଡୁନି, ଆଇପିଏଲ୍‌ ଫାଇନାଲ୍‌ ହେବ କେମିତି, ଜାଣନ୍ତୁ କଣ ରହିଛି ବିକଳ୍ପ

ଆଇପିଏଲ୍‌୍‌ର ଶେଷ ରୋମାଞ୍ଚରେ ପ୍ରତିବନ୍ଧକ ସାଜିଛି ବର୍ଷା । ମିତିକି ଏପର୍ଯ୍ୟନ୍ତ ଟସ୍‌ ପଡ଼ି ପାରି ନାହିଁ ।

ଅହମଦାବାଦ : ଆଇପିଏଲ୍‌୍‌ର ଶେଷ ରୋମାଞ୍ଚରେ ପ୍ରତିବନ୍ଧକ ସାଜିଛି ବର୍ଷା । ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଗ୍ରାଣ୍ଡ ଫିନାଲେ ଆରମ୍ଭ ହୋଇ ପାରିନାହିଁ । ଏମିତିକି ଏପର୍ଯ୍ୟନ୍ତ ଟସ୍‌ ପଡ଼ି ପାରି ନାହିଁ । ତେବେ ଆଇପିଏଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ପଷ୍ଟ କରାଯାଇଛି କି ଆଜି ଖେଳ ନହୋଇ ପାରିଲେ କାଲି ଅତିରିକ୍ତ ଦିବସରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ରାତି ୯.୩୫ ପର୍ଯ୍ୟନ୍ତ ସମୟ ରହିଛି । ସେତେବେଳେ ଖେଳ ଆରମ୍ଭ ହେଲେ ପୂରା ୨୦ ଓଭର ଲେଖାଏଁ ଖେଳ ହୋଇ ପାରିବ । ଏହା ସହିତ ୫ ଓଭର ଖେଳର ବିକଳ୍ପ ମଧ୍ୟ ରହିଛି । ତେବେ ଯଦି ୧୧.୫୬ରେ ଖେଳ ଆରମ୍ଭ ହୁଏ ତାହାହେଲେ ୫ ଓଭର ବିଶିଷ୍ଟ ମ୍ୟାଚ୍‌ ହେବ । ଶେଷ ଖବର ଅନୁସାରେ ବର୍ଷା ଅଳ୍ପ ସମୟ ବନ୍ଦ ରହିବା ପରେ ଅହମଦାବାଦରେ ପୁଣି ବର୍ଷୁଛି ।