Cricketer Ramandeep Singh Married : ବିବାହ କଲେ KKR ଷ୍ଟାର ରମନଦୀପ, ଧରିଲେ ଚାର୍ଲି ଚୌହ୍ବାନଙ୍କ ହାତ

ଭାରତୀୟ କ୍ରିକେଟର ରମନଦୀପ ଲୁଚାଛପା ବିବାହ କରିଛନ୍ତି । ପଞ୍ଜାବ କିଙ୍ଗସର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରମନଦୀପ ସିଂ ଏବଂ ଚାର୍ଲିଙ୍କ ବିବାହ ଫଟୋ ସେୟାର ହୋଇଛି । ଉଭୟଙ୍କ ଫଟୋ ଦେଖି ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି । କୈସି ୟେ ୟାରିୟାଁର ଫେମଙ୍କ ସହିତ ବିବାହ କରିଛନ୍ତି ।

କ୍ରିକେଟର ରମନଦୀପ ସିଂ ୨୯ ବର୍ଷରେ ଅଭିନେତ୍ରୀ ଚାର୍ଲିଙ୍କୁ ବିବାହ କରିଛନ୍ତି । ଦୁହେଁ ଗୁରୁଦ୍ବାରରେ ପାରମ୍ପରିକ ଶିଖ ବିବାହ କରିଛନ୍ତି । ବିବାହରେ କେବଳ ଦୁଇଟି ପରିବାରର ସଂପର୍କୀୟ, ବନ୍ଧୁବାନ୍ଧବ ଏବଂ ପରିବାର ଲୋକ ସାମିଲ ଥିଲେ । ରମନଦୀପ ଏବଂ ଚାର୍ଲିଙ୍କ ବିବାହରେ କ୍ରିକେଟର ଅର୍ଶଦୀପ ସିଂ ବରଯାତ୍ରୀରେ ପହଞ୍ଚିଥିଲେ । ଫ୍ୟାନ୍ସ ଦୁହିଁଙ୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଏବେ ଦୁହେଁ ପରସ୍ପର ହାତ ଧରିଛନ୍ତି । ଏ ଦୁହେଁ ନିଜ ସଂପର୍କକୁ ସମସ୍ତଙ୍କୁ ଗୋପନ ରଖିଥିଲେ ।

ରମନଦୀପ ଏବଂ ଚାର୍ଲି ଦୁହେଁ ବିବାହ ଡ୍ରେସରେ ବହୁତ ସୁନ୍ଦର ନଜର ଆସିଛନ୍ତି । ବିବାହ ପରେ ଦୁହେଁ ପରସ୍ପର ସହିତ ଡ୍ୟାନ୍ସ କରୁଛନ୍ତି । ବିବାହରେ ଫ୍ୟାନ୍ସ ଏବଂ ସେଲିବ୍ରିଟମାନେ ଶୁଭେଚ୍ଛା ଜଣାଇଛନ୍ତି ।

ଚାର୍ଲି ଚୌହ୍ବାନ ପ୍ରଥମେ ଏମଟିଭି ରୋଡିଜ୍ ୭ରେ ନଜର ଆସିଥିଲେ । ଶୋରେ ତାଙ୍କ ପରିଚୟ ଭିନ୍ନ ରହିଥିଲା । ଏହାହପରେ କୈସି ୟେ ୟାରିୟାଁ ଶୋରେ ନଜର ଆସିଥିଲେ । ଚାର୍ଲି ନିଜ ବୟଫ୍ରେଣ୍ଡ କୁୱର ଅମର ସହିତ ନଚ୍ ବଲିୟେରେ ନଜର ଆସିଥିଲେ । କିନ୍ତୁ ପରେ ତାଙ୍କର ବ୍ରେକଅପ୍ ହୋଇଯାଇଥିଲା ।

ସେପଟେ ରମନଦୀପ ଘରୋଇ କ୍ରିକେଟରେ ପଞ୍ଜାବ ପାଇଁ ଖେଳୁଥିଲେ । ଆଇପିଏଲରେ ଶାହରୁଖ ଖାନଙ୍କ କୋଲକତା ନାଇଟ ରାଇଡର୍ସ ଟିମରେ ରହିଛନ୍ତି । ଆଉ ଏବେ ବିବାହକୁ ନେଇ ବହୁତ ଚର୍ଚ୍ଚାରେ ରହିଛନ୍ତି ।

Also Read : BCCI : ଟିମ୍ ଇଣ୍ଡିଆ ଖେଳାଳିଙ୍କ ଆହତ ସମସ୍ୟାକୁ ନେଇ ଚିନ୍ତାରେ ବିସିସିଆଇ, ଫିଟନେସ୍ ପ୍ରୋଗ୍ରାମରେ ଆଣିଲା ସୁଧାର