କେକେଆର୍ କ୍ୟାପଟେନ୍ ଇୟୋନ୍ ମୋର୍ଗାନଙ୍କ ସହିତ ପୁରା ଟିମକୁ ମିଳିଲା ଦଣ୍ଡ, ବିସିସିଆଇ ଲଗାଇଲା ଜରିମାନା

ନୂଆଦିଲ୍ଲୀ : କୋଲକାତା ନାଇଟ ରାଇଡରସ୍ (କେକେଆର) ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ ୨୦୨୧ ର ୩୪ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ବିରୋଧରେ ବିଜୟ ଲାଭ କରିଥିଲେ ମଧ୍ୟ ମିଳିଛି ବଡ଼ ଦଣ୍ଡ । ବସିସିଆଇ ଟିମ୍ ର କ୍ୟାପଟେନ ଇୟୋନ ମୋର୍ଗାନଙ୍କ ଉପରେ ବଡ଼ ଜରିମାନା ଲଗାଇଛି ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଆଇପିଏଲ୍ ର ଆୟୋଜକ କେକେଆର କ୍ୟାପଟେନ୍ ଓ ସମସ୍ତ ଖେଳାଳିଙ୍କ ଉପରେ ବଡ଼ ଜରିମାନା ଲଗାଇଛି । ଆଇପିଏଲ ୨୦୨୧ରେ ପ୍ରଥମ ଥର କୌଣସି ଟିମ ଉପରେ ଏପରି ବଡ଼ ଜରିମାନା ଲାଗିଛି ।
କୋଲକାତା ରାଇଡରସ ମୁମ୍ବାଇ ଇଣ୍ଡିଆନ ବିରୋଧରେ ସ୍ଲୋ ଓଭର ରେଟ ମେଣ୍ଟେନ କରିବା ଯୋଗୁ ଏହି ଜରିମାନା ଲାଗିଛି । ଅବୁ ଧାବିରେ ଖେଳା ଯାଇଥିବା ଏହି ମ୍ୟାଚରେ କେକେଆର ଟିମ୍ ୨୦ ଓଭର ବୋଲିଂ କରିପାରି ନଥିଲା । ମାତ୍ର ୧୯ ଓଭରରେ ଖେଳ ସମାପ୍ତି କରିବାକୁ ପଡ଼ିଥିଲା । ତେଣୁ ଆଇପିଏଲ୍ କୋର୍ଡ ଅଫ୍ କଣ୍ଟକ୍ଟ ଭାଙ୍ଗିଥିବାରୁ ଏହି ଜରିମାନା ଲାଗୁକରାଯାଇଥିଲା ।