କ୍ରୀଡା

ଆଇପିଏଲ : ମ୍ୟାଚ ଟାଇ ପରେ ସୁପର ଓଭରରେ ଜିତିଲା କୋହଲିଂକ ଟିମ, ମୁମ୍ବାଇ ଇଂଡିଆନ୍ସକୁ ହରାଇଲା ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର

ଦୁବାଇ : ଆଇପିଏଲରେ ଆଜି ରୋମାଞ୍ଚକର ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । କୋହଲି ଫ୍ଲପ ହେଲେ କିନ୍ତୁ ଜିତିଲା ଦଳ, ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ହରାଇଲା ମୁମ୍ବାଇ ଇଂଡିଆନ୍ସକୁ । ମ୍ୟାଚର ଫଇସଲା ହେଲା ସୁପର ଓଭରରେ ।

ଦ୍ଵିତୀୟରେ ବ୍ୟାଟିଂ କରି ପ୍ରଥମରୁ ଉଇକେଟ ହରାଇ ଚାଲିଥିଲା ମୁମ୍ବାଇ । ଅଧିନାୟକ ରୋହିତ ଶର୍ମା (୮), ଡି କକ (୧୪), ସୂର‌୍ୟ୍ୟ କୁମାର (୦) ମାତ୍ର ୩୯ ରନ ଭିତରେ ବିଦା ହୋଇ ଯାଇଥିଲେ । ଈଶାନ କିଷାନ ଏକ ଲଢ଼େଇ କରିଥିବା ବେଳେ ହାର୍ଦିକ ପାଣ୍ଡ୍ୟା ୧୫ ରନ କରିଥିଲେ । ଈଶାନ କିଷାନ ଓ କିରେନ ପୋଲାର୍ଡ ୫ମ ଉଇକେଟରେ ଜୋରଦାର ପ୍ରୟାସ କରିଥିଲେ । ସେମାନଙ୍କ ଆକ୍ରମଣକୁ ରୋକି ପାରିନଥିଲେ ବାଙ୍ଗାଲୋର ବୋଲର । ୧୬ ଓ ୧୭ ଦୁଇ ଓଭରରେ ସେମାନେ ୪୯ ରନ କରିଥିଲେ । ତେବେ ଶେଷ ୨ ଓଭରରେ ୩୧ ଏବଂ ଶେଷ ଓଭରରେ ୧୯ ରନ ଦରକାର ଥିଲା । ବୋଲର ଥିଲେ ଇସରୁ ଉଡ଼ାନା । ଦୁଇଟି ଛକା ଓ ସିଂଗଲ ରନରେ ମୁମ୍ବାଇ ଆଗେଇ ଚାଲିଥିଲା । ହେଲେ ୫ମ ବଲରେ କିଷାନ ଆଉଟ ହେଲେ । ସେ ୫୮ ବଲ ଖେଳି ୯୯ ରନ (୨ ଚୌକ, ୯ ଛକା ) କରିଥିଲେ । ଭାରତୀୟ ଦଳରେ ସୁଯୋଗ ପାଇନଥିବା ଖେଳାଳିଙ୍କର ଇଏ ହେଉଛି ସର୍ବାଧିକ ସ୍କୋର ।

ସେପଟେ ଶେଷ ବଲରେ ଜିତିବାକୁ ଦରକାର ଥିଲା ୫ ରନ । ପୋଲାର୍ଡ ଚୌକା ମାରିଲେ ଓ ମ୍ୟାଚ ଟାଇ ହେଲା । ଉଭୟ ଦଳର ସ୍କୋର ୨୦୧ ରନ ହୋଇଗଲା । ଏଥିପାଇଁ ମୁମ୍ବାଇ ୫ ଉଇକେଟ ହରାଇଥିଲା । ଆଉ ମ୍ୟାଚର ଫଇସଲା ହେଲା ସୁପର ଓଭରରେ ସୁପର ଓଭରରେ । ଏଥିରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ହରାଇଲା ମୁମ୍ବାଇ ଇଂଡିଆନ୍ସକୁ । ସୁପର ଓଭରରେ ବି ବେଶ ଉତ୍କଣ୍ଠା ଥିଲା । ହେଲେ ମୁମ୍ବାଇର ସବୁ ଉଦ୍ୟମ ବିଫଳ ହୋଇଗଲା । ପୋଲାର୍ଡ଼ ମାତ୍ର ୨୪ ବଲ ଖେଳି ୩ ଚୌକ ଓ ୫ ଛକା ଜରିଆରେ ଅପରାଜିତ ୬୦ ରନ କରିଥିଲେ ।

ମୁମ୍ବାଇ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ ଦେଇଥିଲା । କେବଳ କୋହଲିଙ୍କୁ ଛାଡି ଅନ୍ୟମାନେ ଦମଦାର ବ୍ୟାଟିଂ କରିଥିଲେ । ଦେବଦତ୍ତ ପଡ଼ିକାଲ ୪୦ ବଲରେ ୫୪ ରନ (୫ ଚୌକା ଓ ୨ ଛକା ), ଫିଂଚ ୩୫ ବଲରେ ୫୨ (୭ ଚୌକା, ୧ ଛକା ), କୋହଲି ୧୧ ବଲ ଖେଳି ମାତ୍ର ୩ ରନ କରିଥିଲେ । ତେବେ ଡି ଭିଲିୟର୍ସ ଓ ଶିବମ ଦୁବେଙ୍କ ଯୋଡି ଶେଷ ପର‌୍ୟ୍ୟନ୍ତ ଅପରାଜିତା ରହି ଦଳକୁ ୩ ଉଇକେଟରେ ୨୦୧ ରନରେ ପହଞ୍ଚାଇ ଦେଇଥିଲେ । ଡି ଭିଲିୟର୍ସ ୨୪ ବଲରେ ୫୫ ରନ (୪ ଚୌକା , ୪ ଛକା ) ଏବଂ ଦୁବେ ୧୦ ବଲରେ ୨୭ ରନ କରିଥିଲେ । ତିନିଟି ଅର୍ଦ୍ଧଶତକ ବାଙ୍ଗାଲୋର ପାଇଁ ବେଶ ଉପଯୋଗୀ ହୋଇଥିଲା ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

24 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

32 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

47 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

53 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago