ଆଜିଠୁ ଆଇପିଏଲ୍ ମହାସମର: ସନ୍ଧ୍ୟା ୬ ଟାରେ ମୁହାଁମୁହିଁ ହେବେ ଗୁଜରାଟ-ଚେନ୍ନାଇ

ଆଜିଠୁ ଆରମ୍ଭ ହେବ ଆଇପିଏଲ୍ । ଟ୍ରଫି ପାଇଁ ଖେଳିବେ ୧୦ଟି ଟିମ୍‌ । ଚଳିତ ଆଇପିଏଲ୍‌ ମହେନ୍ଦ୍ର ସିଂ ଧୋନିଙ୍କ ଶେଷ ଆଇପିଏଲ୍‌ ହୋଇପାରେ । ସେହିପରି କିଙ୍ଗ କୋହଲିଙ୍କ ପ୍ରଦର୍ଶନ ଉପରେ ବି ସମସ୍ତଙ୍କର ନଜର ରହିଛି ।

ଆଜିଠୁ ଫଟାଫଟ କ୍ରିକେଟର ମହାସମର । ଜମିବ ଆଇପିଏଲ୍‌ । ବର୍ଷିବ ଚୌକା ଓ ଛକା । ରନ୍‌ ବର୍ଷା କରିବେ ଦେଶୀ ଓ ବିଦେଶୀ ଖେଳାଳି । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦଘାଟନ ହେବ ଆଇପିଏଲ । ଆଜି ସନ୍ଧ୍ୟା ୬ଟାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ ଓ ୪ ଥର ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗସ୍‌ । ଆଇପିଏଲ୍‌ ଟ୍ରଫି ପାଇଁ ଖେଳିବେ ୧୦ଟି ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ ରାଇଡର୍ସ, ଚେନ୍ନାଇ ସୁପରକିଙ୍ଗସ, ପଞ୍ଜାବ କିଙ୍ଗସ୍‌, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଲକ୍ଷ୍ନୌ ସୁପର ଜିଆଣ୍ଟ, ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ୪ ବର୍ଷ ପରେ ଘରୋଇ ଗ୍ରାଉଣ୍ଡକୁ ଫେରିଛି ଆଇପିଏଲ୍‌ । ଏଥର ପ୍ରତ୍ୟେକ ଦଳ ନିଜ ନିଜ ହୋମ୍‌ ଗ୍ରାଉଣ୍ଡରେ ଖେଳିବେ ।

ଗତବର୍ଷ ପଦାର୍ପଣ ଆଇପିଏଲରେ ସମସ୍ତଙ୍କୁ ଚମକାଇଥିଲା ଗୁଜରାଟ ଟାଇଟନ୍ସ । ଡେବ୍ୟୁ ଆଇପିଏଲ୍‌ରେ ଚାମ୍ପିଅନ୍‌ ହୋଇଥିଲା । ଏଥର ମଧ୍ୟ ଚାମ୍ପିଅନ୍‌ ଟିମ୍‌ ଭାବରେ ଖେଳି ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଗୁଜରାଟ ଟାଇଟନ୍ସ । କିନ୍ତୁ ଚେନ୍ନାଇ ସୁପରକିଙ୍ଗସ୍‌ ଗତଥର ପରାଜୟକୁ ଭୁଲି ନାହିଁ । ପ୍ରତିଶୋଧ ଲକ୍ଷ୍ୟରେ ଖେଳିବ ଟିମ୍‌ ଧୋନିଙ୍କ ସୁପରକିଙ୍ଗସ୍‌ ।

ଚଳିତ ଆଇପିଏଲ୍‌ ମହେନ୍ଦ୍ର ସିଂ ଧୋନିଙ୍କ ଶେଷ ଆଇପିଏଲ୍‌ ହୋଇପାରେ । ସେହିପରି କିଙ୍ଗ କୋହଲିଙ୍କ ପ୍ରଦର୍ଶନ ଉପରେ ବି ସମସ୍ତଙ୍କର ନଜର ରହିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ପକ୍ଷରୁ ଖେଳିବେ କୋହଲି । ବ୍ୟାଟିଂ ଓ ବୋଲିଂରେ ଦମ୍‌ ଦେଖାଇବେ ଦେଶୀ ଓ ବିଦେଶୀ ଖେଳାଳି ।

Leave A Reply

Your email address will not be published.