ଡିସେମ୍ବରରେ ହେବ IPLର ସୁପର ନିଲାମୀ! ଯୋଡ଼ି ହେବାକୁ ଯାଉଛି ଆଉ ଦୁଇଟି ନୂଆ ଟିମ୍‌

ଆଇପିଏଲ୍‌ରେ ବହୁତ ଜଲ୍‌ଦି ଦୁଇଟି ନୂଆ ଟିମ୍‌ ଯୋଡ଼ି ହେବାକୁ ଯାଉଛି, ଯାହା ପରେ ଆଇପିଏଲ୍‌ ୧୦ ଟିମ୍‌ର ଟୁର୍ନାମେଣ୍ଟ ବନିଯିବ ଏବଂ ଅଧିକରୁ ଅଧିକ ଖେଳାଳି ଖେଳିବାକୁ ସୁଯୋଗ ପାଇବେ। ସେପଟେ ଟିମ୍‌ ସଂଖ୍ୟା ବଢ଼ିଲେ ଦୁନିଆର ସବୁଠାରୁ ବଡ଼ ଟି-୨୦ କ୍ରିକେଟ ଲିଗ୍‌ର ରୋମାଞ୍ଚ ମଧ୍ୟ ଆହୁରି ବଢ଼ିଯିବ। ରିପୋର୍ଟ ମୁତାବକ, ଆସନ୍ତା ଅଗଷ୍ଟରେ ବିସିସିଆଇ ଦୁଇଟି ନୂଆ ଟିମ୍‌ର ଟେଣ୍ଡର ବାହାର କରିପାରେ। ଅକ୍ଟୋବର ସୁଦ୍ଧା ଦୁଇଟି ନୂଆ ଟିମ୍‌ ମିଳିପାରେ।

ଗୋୟନକା ଗ୍ରୁପ୍‌ ଓ ଅଦାନୀ ଗ୍ରୁପ୍‌ ଆଇପିଏଲ୍‌ ଟିମ୍‌ଗୁଡ଼ିକୁ କିଣିବା ଦୌଡ଼ରେ ଅଛନ୍ତି। ଅହମ୍ମଦାବାଦ ଓ ଲକ୍ଷ୍ନୌ ପ୍ରାଞ୍ଚାଇଜି ଦୌଡ଼ରେ ଆଗରେ ଅଛନ୍ତି। ଦୁଇଟି ନୂଆ ଟିମ୍‌ ଯୋଡ଼ି ହେବା ପରେ ମ୍ୟାଚ୍‌ଗୁଡ଼ିକ ସଂଖ୍ୟା ମଧ୍ୟ ବଢ଼ି ୧୫ରୁ ୩୦ ହେବ। କୋଲକାତାସ୍ଥିତ ଆର୍‌ପି-ସଞ୍ଜୀବ ଗୋୟନକା, ଅହମ୍ମଦାବାଦସ୍ଥିତ ଅଦାନୀ ଗ୍ରୁପ୍‌, ହାଇଦ୍ରାବାଦସ୍ଥିତ ଅରବିନ୍ଦୋ ଫାର୍ମା ଲିମିଟେଡ୍‌ ଏବଂ ଟୋରେଣ୍ଟ ଗ୍ରୁପ୍‌ ଆଇପିଏଲ୍‌ରେ ଟିମ୍‌ କିଣିବାକୁ ଚାହୁଁଛନ୍ତି। ସଞ୍ଜୀବ ଗୋୟନକା ଗ୍ରୁପ୍‌ର ପୂର୍ବରୁ ବି ଏକ ଟିମ୍‌ ଥିଲା, ଯାହାର ନାଁ ରାଇଜିଂ ପୁଣେ ସୁପରଜିଆଣ୍ଟ। ଏହି ଟିମ୍‌ ଚେନ୍ନାଇ ସୁପର କିଙ୍ଗସ୍‌, ରାଜସ୍ଥାନ ରୟାଲ୍ସ ଦୁଇବର୍ଷ ପାଇଁ ସସ୍‌ପେଣ୍ଡ ହେବା ପରେ ଲିଗ୍‌ରେ ଆସିଥିଲା।

ବିସିସିଆଇ ଡିସେମ୍ବରରେ ଆଇପିଏଲ୍‌ର ମେଗା ଅକ୍ସନ କରିପାରେ। ଖେଳାଳିମାନଙ୍କର ନିଲାମୀ ନୂତନ ଭାବେ କରାଯିବ। ସମସ୍ତ ଟିମ୍‌ ଅଧିକତଃ ୪ ଖେଳାଳିଙ୍କୁ ନିଜ ପାଖରେ ରଖିପାରିବେ। କିନ୍ତୁ ଏଥିପାଇଁ ସର୍ତ୍ତ ରଖାଯାଇଛି। ରିଟେନ କରାଯିବାକୁ ଥିବା ଖେଳାଳିଙ୍କ ମଧ୍ୟରେ ୩ ଦେଶୀ ଏବଂ ଜଣେ ବିଦେଶୀ ନଚେତ୍‌ ୨ ଦେଶୀ ଏବଂ ୨ ବିଦେଶୀ ଖେଳାଳି ରହିବା ଜରୁରୀ।

ସାରା ବିଶ୍ୱର ନଜର IPL 2022 ସିଜନ ଉପରେ ରହିଛି। ବିସିସିଆଇ ମେଗା ନିଲାମୀର ପ୍ରସ୍ତୁତି କରୁଛି। ଏଥିରେ ୪ ରିଣ୍ଟେଶନ ଏବଂ ୨ ରାଇଟ ଟୁ ମ୍ୟାଚ କାର୍ଡ ଖେଳାଳି ରହିବେ। ଅନ୍ୟ ସମସ୍ତ ଖେଳାଳିଙ୍କୁ ନିଲାମୀକୁ ଅଣାଯିବ। ଯଦି ଦୁଇ ଫ୍ରାଞ୍ଚାଇଜିକୁ ସାମିଲ କରାଯାଏ, ତ ମେଗା ନିଲାମୀ କରାଯିବ।

Leave A Reply

Your email address will not be published.