ଆଇପିଏଲ୍ ମ୍ୟାଚ୍ ଦେଖି ଯାଉଥିବା ଦର୍ଶକଙ୍କୁ ଚେତାବନୀ, ଷ୍ଟାଡିୟମକୁ CAA-NRC ବିରୋଧୀ ବ୍ୟାନର ମନା
ଆଇପିଏଲ୍ ମ୍ୟାଚ୍ ଦେଖିବା ପାଇଁ ଯାଉଥିବା ଦର୍ଶକଙ୍କ ପାଇଁ ସତର୍କତା ସୂଚନା ଜାରି କରାଯାଇଛି। ଆଇପିଏଲ୍ ମ୍ୟାଚ ସମୟରେ CAA-NRC ବିରୋଧୀ ବ୍ୟାନର ନେବାକୁ ବାରଣ କରାଯାଇଛି। ଆଉ ଯଦି ଏପରି କେହି ବି କରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି ।

ଆଇପିଏଲ୍ ୨୦୨୩ ଆରମ୍ଭ ହେବା ପରେ ଫ୍ୟାନ୍ସ ବେଶ୍ ଉତ୍ସାହିତ ରହିଛନ୍ତି । କରୋନା ପରେ ଦେଶରେ ପ୍ରଥମ ଥର ଆଇପିଏଲ୍ ଖଚାଖଚ ଷ୍ଟାଡିୟମରେ ହେଉଛି । ଏହା ମଧ୍ୟରେ ଦର୍ଶକଙ୍କ ପାଇଁ ସତର୍କତା ଜାରି କରାଯାଇଛି । ଆଇପିଏଲ୍ ମ୍ୟାଚ ସମୟରେ ଫ୍ୟାନ୍ସ ଷ୍ଟାଡିୟମକୁ କୌଣସି ରାଜନୈତିକ ମାମଲା ସହିତ ଜଡିତ ବିବାଦୀୟ ପୋଷ୍ଟର ନେଇ ଯିବାକୁ ବାରଣ କରାଯାଇଛି ।
ସୂଚନା ମୁତାବକ, ପେଟିଏମ୍ ଇନସାଇଡର ଚେନ୍ନାଇ ସୁପରକିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜୁରାଟ ଟାଇଟନ୍ସ, ଲକ୍ଷ୍ମୌ ସୁପର ଜିଆଣ୍ଟସ, ସନରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ଫ୍ରାଞ୍ଚାଇଜର ଟିକେଟ ପାର୍ଟନର ରହିଛି। ଏହାକୁ ଧ୍ୟାନରେ ରଖି କିଛି ପ୍ରତିବନ୍ଧକ ଜାରି କରାଯାଇଛି ।
ଏହା ଅଧିନରେ କୁହାଯାଇଛି କି, ଦର୍ଶକଙ୍କୁ ନାଗରିକତା ସଂଶୋଧନ ଅଧିନିୟମ(CAA) ଏବଂ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣ(NRC) ର ବିରୋଧ କରିବା ସହିତ ଏହା ସହିତ ଜଡିତ କୌଣସି ପ୍ରକାର ବ୍ୟାନର ଷ୍ଟାଡିୟମକୁ ନେବାକୁ ଅନୁମତି ମିଳିବ ନାହିଁ । ଏପରି ନିର୍ଦ୍ଦେଶ ଦିଲ୍ଲୀ, ମୋହାଲି, ହାଇଦ୍ରାବାଦ ଏବଂ ଅହମଦାବାଦ ଭଳି ୪ଟି ସହରରେ ହେବାକୁ ଥିବା ମ୍ୟାଚ୍ ପାଇଁ କରାଯାଇଛି । ଏହି ନିୟମର ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
IPL Ticket Advisory: No CAA/NRC protest banners allowed during matches
Read: https://t.co/GqP3dqjEZv pic.twitter.com/t3CGjrjBb1
— TOI Sports (@toisports) April 2, 2023
ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ(DDCA) ର ବରିଷ୍ଠ ଅଧିକାରୀ ଏହି ମାମଲାକୁ ନେଇ କହିଛନ୍ତି, ‘ଟିକେଟ ଦେବା ସଂପୂର୍ଣ୍ଣ ଭାବେ ଫ୍ରାଞ୍ଚାଇଜର ଦାୟିତ୍ୱ । ଆମେ କେବଳ ଷ୍ଟାଡିୟମ ଯୋଗାଇବା ଦାୟିତ୍ୱ । ଟିକେଟ ସମ୍ବନ୍ଧୀୟ କିମ୍ବା ସତର୍କତାକୁ ନେଇ ଆମର କୌଣସି ଭୂମିକା ନାହିଁ ।