ମାର୍ଚ୍ଚ ୨୨ରୁ IPL ମହାଲଢ଼େଇ, ୧୦ଟି ଟିମ ମଧ୍ୟରେ ହେବ କଡ଼ା ଟକ୍କର

ମାର୍ଚ୍ଚ ୨୨ରୁ IPL ମହାଲଢ଼େଇ । ଆସିଲା ଆଇପିଏଲର ୧୮ ତମ ସଂସ୍କରଣର ଖେଳସୂଚୀ । ୧୩ଟି ଭେନ୍ୟୁରେ ୧୦ଟି ଟିମ ମଧ୍ୟରେ ହେବ କଡ଼ା ଟକ୍କର । ମାର୍ଚ୍ଚ ୨୨ରୁ ମୁକାବିଲା ଆରମ୍ଭ ହେବ । ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । କୋଲକାତାର ଇଡେନ ଗାର୍ଡେନ ମୁହାଁମୁହିଁ ହେବେ କେକେଆର୍ ଓ ଆରସିବି । ସେହିଭଳି ମାର୍ଚ୍ଚ ୨୩ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ ଭିତରେ ହେବ ଦ୍ବିତୀୟ ବଡ଼ ମୁକାବିଲା । ଏଥରକ ଆଇପିଏଲରେ ୬୫ ଦିନରେ ୭୪ ଟି ମ୍ୟାଚ୍ ଖେଳାଯିବ ।
୧୮ ମଇ ପର୍ଯ୍ୟନ୍ତ ଲିଗ ଷ୍ଟେଜରେ ୭୦ଟି ମ୍ୟାଚ୍ ଖେଳାଯିବ । ସେହିଭଳି ମଇ ୨୦ ତାରିଖରେ କ୍ବାଲିଫାୟର-୧ ଓ ୨୧ କୁ ଖେଳାଯିବ ଏଲିମିନେଟର୍ ମ୍ୟାଚ୍ । ୨୩ ତାରିଖରେ ରହିଛି ଆଇପିଏଲ ୧୮ ତମ ସଂ ସ୍କରଣର ଦ୍ବିତୀୟ କ୍ବାଲିଫାୟର । ଏପ୍ରିଲ ୭ ତାରିଖରେ ପରସ୍ପର ସହ ମୁହାଁମୁହିଁ ହେବେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ୍ କୋହଲିଙ୍କ ଆରସିବି ଦଳ । ସେହିଭଳି ମେ ୨୫ ତାରିଖରେ କୋଲକାତାରେ ଖେଳାଯିବ ରୋମାଞ୍ଚକର ଆଇପିଏଲ ଫାଇନାଲ ମ୍ୟାଚ।
ଚଳିତ ସଂସ୍କରଣର ଆପିଏଲ ଚାମ୍ପିଅନ୍ସ ଟ୍ରଫିର ଶେଷ ହେବାର ୧୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି । ଖେଳାଳିଙ୍କୁ ପ୍ରସ୍ତୁତି ପାଇଁ ମିଳିବ ୨ ସପ୍ତାହରୁ କମ ସମୟ । ..୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ ସର୍ବାଧିକ ୫ଟି ଲେଖାଏଁ ଟାଇଟଲ୍ ଜିତିଛନ୍ତି । କେକେଆର୍ ୩ଟି ଟାଇଟଲ୍ ଜିତି ଆଇପିଏଲର ତୃତୀୟ ସଫଳ ଦଳ ହୋଇଛି ।