ଆଜିଠୁ ଆରମ୍ଭ ଆଇପିଏଲ ଟୁର୍ଣ୍ଣାମେଣ୍ଟ, ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍‌ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ

ୟୁଏଇ: ଆଜିଠୁ IPL। କ୍ରିକେଟର‌ ମହାସମର । ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ପୂର୍ବ ଥରର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍‌ସ ଓ ରନର୍ସ ଅପ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ । ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ । ଆଜିର ମ୍ୟାଚ୍‌ ଉପରେ ଫ୍ୟାନ୍‌ଙ୍କ ନଜର ରହିଛି । ବିଶେଷ କରି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେଇଥିବା ଧୋନୀଙ୍କ ଉପରେ ନଜର ରଖିଛନ୍ତି ଫ୍ୟାନ୍ସ‌ ।

ତେବେ ମ୍ୟାଚ୍‌ ନେଇ କିଛି କହି ହେବ ନାହିଁ ବୋଲି ଧୋନି କହିଛନ୍ତି । ଆଜିଠୁ ଆରମ୍ଭ ହେଉଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟ ୫୩ ଦିନ ଧରି ଚାଲିବ। ୟୁଏଇର ଆବୁଧାବି, ଦୁବାଇ ଓ ସାରଜାହ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ଆବୁଧାବିରେ ଖେଳାଯିବ ଉଦଘାଟନୀ ମ୍ୟାଚ୍‌ । ଦୁବାଇରେ ୨୪ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଆବୁଧାବୀରେ ୨୦ଟି ମ୍ୟାଚ୍‌ ଓ ୧୨ଟି ଲିଗ୍‌ ମ୍ୟାଚ୍‌ ଶାରଜାହ ଷ୍ଟାଡିୟମ୍‌ରେ ଖେଳାଯିବ ।

Leave A Reply

Your email address will not be published.