ଆଫଗାନିସ୍ତାନ ଜିତିବା ପରେ ନାଚିଲେ ଇରଫାନ ପଠାନ୍, ଭିଡିଓ ଦେଖିବା ପାଇଁ ମନ ଦୁଃଖ କଲେ ରାଶିଦ ଖାନ

ଆଫଗାନିସ୍ତାନ ଟିମ୍ ବିଜୟରେ ପୁଣିଥରେ ନାଚିଲେ ଇରଫାନ ପଠାନ । ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନ ଇଂଲଣ୍ଡକୁ ହରାଇବା ପରେ ଇରଫାନଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରଲ ହେଉଛି । ବିଶ୍ବକପ ୨୦୨୩ରେ ପାକିସ୍ତାନ ଠାରୁ ଆଫଗାନିସ୍ତାନ ଜିତିବା ପରେ ଧୂଆଦାର ଡ୍ୟାନ୍ସ କରିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ । ପୁଣି ଏବେ ଆଉଥରେ ଇରଫାନଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଛି ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଗତକାଲି ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଚାଲିଥିଲା । ଏହି ମ୍ୟାଚରେ ଇଂଲଣ୍ଡକୁ ୮ ରନରେ ହରାଇଛି ଆଫଗାନିସ୍ତାନ । ଇଂଲଣ୍ଡକୁ ହରାଇ ଆଫଗାନିସ୍ତାନ ମେସିରେ ଏଣ୍ଟ୍ରି କରିଛି । ଫଳରେ ଚାମ୍ପିଅନ୍ସ ଟ୍ରଫିରୁ ବିଦା ହୋଇଛି ଆଫଗାନିସ୍ତାନ । ଏହାପରେ ଖୁସି ହୋଇ ଇରଫାନ ପଠାନ ଡ୍ୟାନ୍ସ କରିଛନ୍ତି ।

ଇରଫାନ ପଠାନ ଡ୍ୟାନ୍ସ କରିବା ପରେ ରାଶିଦ ଖାନ ଆପତ୍ତି ଜାହିର କରିଛନ୍ତି । ରାଶିଦ କହିଛନ୍ତି, ଇରଫାନ କିଭଳି ମୋ ବିନା ଡ୍ୟାନ୍ସ କରିପାରିଲେ । ଭାଇଜାନ, ମୋ ବିନା ଆପଣ ଡ୍ୟାନ୍ସ କଲେ । ଏହାସହିତ ଇରଫାନଙ୍କୁ ଲଗାତାର ସପୋର୍ଟ କରି ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଆଫଗାନିସ୍ତାନ ଦଳ ଇଂଲଣ୍ଡ ଭଳି ବିଶ୍ୱ ଚାମ୍ପିଅନ ଦଳକୁ ପରାସ୍ତ କରିଛି । ହସମତୁଲ୍ଲା ଶାହିଦିଙ୍କ ଅଧିନାୟକତ୍ୱରେ ଆଫଗାନିସ୍ତାନ ଦଳ ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଥିଲା । ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯାଇଛି ଇଂଲଣ୍ଡ ଦଳ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୫୦ ଓଭରରେ ୭ ୱିକେଟ ହରାଇ ୩୨୫ ରନ କରିଥିଲା । ଦଳ ପକ୍ଷରୁ ଇବ୍ରାହିମ ଜାଦ୍ରାନ ୧୪୬ ବଲରେ ୧୨ଟି ଚୌକା ଓ ୬ଟି ଛକା ସହିତ ବିସ୍ଫୋରକ ୧୭୭ ରନ୍ କରିଥିଲେ । ଏହା ଆଇସିସି ଚାମ୍ପିୟନ୍ସ ଟ୍ରଫି ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋର ।

ସୂଚନାଯୋଗ୍ୟ, ଆଫଗାନିସ୍ତାନ ୨୦୨୩ ବିଶ୍ବକପରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଜିତିଥିଲା । ସେହିପରି ଆଫଗାନିସ୍ତାନ ପାକସ୍ତାନକୁ ୮ ୱିକେଟରେ ହରାଇଥିଲା । ଏହାପରେ ଇରଫାନ ପଠାନ ଆଫଗାନିସ୍ତାନ ଟିମ୍ ଖେଳାଳି ରାଶିଦ ଖାନଙ୍କ ସହିତ ଡ୍ୟାନ୍ସ କରିଥିଲେ । ଯାହାର ଭିଡିଓ ଭାଇରଲ ହୋଇଥିଲା ।

Also Read : ଚାମ୍ପିଅନ୍ସ ଟ୍ରଫିରେ ବଡ଼ ବିପର୍ଯ୍ୟୟ : ଇଂଲଣ୍ଡକୁ ଧରାଶାୟୀ କଲା ଆଫଗାନିସ୍ତାନ