ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ ଚାଲିଗଲା ମେକଅପ ଆର୍ଟିଷ୍ଟଙ୍କ ଜୀବନ। ୱେଷ୍ଟଇଣ୍ଡିଜର ଏକ ସୁଇମିଂ ପୁଲରେ ବୁଡ଼ିଯିବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ଟି୨୦ ବିଶ୍ୱକପରେ କମେଣ୍ଟେଣ୍ଟର ଇରଫାନଙ୍କ ସହିତ ୱେଷ୍ଟଇଣ୍ଡିଜ ଯାଇଥିଲେ । ତାଙ୍କ ମୃତ୍ୟୁ ଇରଫାନ ଦୁଃଖ ପ୍ରକାଶ କରିଛନ୍ତି ।

ୟୁପିର ବିଜନୋରର ବାସିନ୍ଦା ମେକଅପ୍ ଆର୍ଟିଷ୍ଟ ଫୟାଜ ଅନସାରୀଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଇରଫାନ ପଠାନ ନିଜ ଖର୍ଚ୍ଚରେ ଭାରତ ପଠାଉଛନ୍ତି । ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗିପଡିଛନ୍ତି ପରିବାର ଲୋକ । ଫୟାଜ ଦୀର୍ଘଦିନରୁ ମୁମ୍ବାଇରେ ରହି ମେକଅପ୍‌ ଆର୍ଟିଷ୍ଟ ଭାବେ କାମ କରୁଛନ୍ତି । ତାଙ୍କର ଏକ ଦୋକାନ ଥିଲା । ଥରେ ଇରଫାନ ତାଙ୍କ ସେଲୁନଙ୍କୁ ଯାଇଥିବା ବେଳେ ତାଙ୍କୁ ନିଜର ମେକଅପ୍‌ ଆର୍ଟିଷ୍ଟ ପାଇଁ କହିଥିଲେ । ଏହାପରେ ଫୟାଜ ଇରଫାନଙ୍କର ମେକଅପ୍‌ ଆର୍ଟିଷ୍ଟ ଭାବେ କାମ କରୁଥିଲେ ।

ଇରଫାନ୍, ଫାୟାଜଙ୍କୁ ତାଙ୍କର ମେକଅପ୍ ଆର୍ଟିଷ୍ଟ ଭାବେ ରଖି ତାଙ୍କୁ ସାଙ୍ଗରେ ନେଇ ବିଦେଶ ଯିବା ଆରମ୍ଭ କରିଥିଲେ । ସବୁକିଛି ଠିକ ଚାଲିଥିବା ବେଳେ ୨ମାସ ପୂର୍ବେ ଫୟାଜଙ୍କ ବିବାହ ହୋଇଥିଲା । ବିବାହ ପରେ ଟି-୨୦ ବିଶ୍ବକପ ପାଇଁ ସେ ଇରଫାନଙ୍କ ସହ ୱେଷ୍ଟଇଣ୍ଡିଜ୍ ଯାଇଥିବା ବେଳେ ରହୁଥିବା ହୋଟେଲର ସୁଇମିଂ ପୁଲରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ଫୟାଜଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଦୁଃଖରେ ଭାଙ୍ଗି ପଡିଛି ।

ଫୟାଜଙ୍କ ମୃତଦେହକୁ ଭାରତ ପଠାଇବା ପାଇଁ ଇରଫାନ ସମସ୍ତ ପ୍ରକାରର ଖର୍ଚ୍ଚ ଉଠାଇବେ । ଫୟାଜଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଦିଲ୍ଲୀରେ ହସ୍ତାନ୍ତର କରାଯିବ । ଏହି ପ୍ରକ୍ରିୟାକୁ ୩ରୁ ୪ ଦିନ ଲାଗିବ । ସେପଟେ ମୃତଦେହକୁ ସଂସ୍କାର ପାଇଁ ଗାଁରେ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଉଛି ।

You might also like