ଇରଫାନ୍ ପଠାନ୍ ଆଇପିଏଲ୍ କମେଣ୍ଟ୍ରି ପ୍ୟାନେଲରୁ ବିଦା, ଘଟଣା ପଛରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତ !

ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା ଫାଷ୍ଟ ବୋଲର ଇରଫାନ୍ ପଠାନ୍ ଚଳିତ ଆଇପିଲରେ କମେଣ୍ଟ୍ରି କରିବେ ନାହିଁ । ତାଙ୍କୁ ଆଇପିଏଲ୍ କମେଣ୍ଟ୍ରି ପ୍ୟାନେଲରୁ ବାଦ୍ ଦିଆଯାଇଛି । ତେବେ ତାଙ୍କୁ ଏଭଳି ଭାବେ ବାଦ୍ ଦିଆଯିବା ପଛରେ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି ବୋଲି ଚର୍ଚ୍ଚା ଚାଲିଛି ।
ସୂଚନା ଅନୁସାରେ ଇରଫାନ୍ କମେଣ୍ଟ୍ରି ବେଳେ ଦଳର କିଛି ଖେଳାଳିଙ୍କ ଉପରେ ରାଗ ଶୁଝାଉଛନ୍ତି । ଅଯଥା ସମାଲୋଚନା କରୁଛନ୍ତି । ନିଜର ବ୍ୟକ୍ତିଗତ ରାଗକୁ କମେଣ୍ଟ୍ରି ବେଳେ ପରିପ୍ରକାଶ କରୁଥିବା ବିସିସିଆଇ ଜାଣି ପାରିବା ପରେ ତାଙ୍କୁ ପ୍ୟାନେଲରୁ ବାଦ୍ ଦିଆଯାଇଛି । ଶୁଣିବାକୁ ମିଳୁଛି କି ସେ ସମାଲୋଚନା କରିଥିବା କିଛି ଭାରତୀୟ ଖେଳାଳି ଏ ନେଇ ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ ।
ଏପଟେ କମେଣ୍ଟ୍ରି ପ୍ୟାନେଲରୁ ବିଦା ହେବା ପରେ ଇରଫାନ୍ ପଠାନ୍ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିଛନ୍ତି । ଏଥିରେ ସେ ନିଜ ମତାମତ ଦେବେ ବୋଲି ଆଶା କରାଯାଉଛି । ତାଙ୍କ ଚ୍ୟାନେଲ ନାଁ ହେଉଛି ‘ସିଧି ବାତ୍ ୱିଥ୍ ଇରଫାନ୍ ପଠାନ୍’ । ଏ ସମ୍ପର୍କରେ ନିଜ୍ ଏକ୍ସ’ରେ ସେ ଲେଖି ଜଣାଇଛନ୍ତି ।