ପତ୍ନୀ ଓ ପିଲାଙ୍କ ସହ ବିମାନବନ୍ଦରରେ ଦେଢଘଣ୍ଟା ଛିଡା ହେଲେ ଇରଫାନ ପଠାନ୍, ଟ୍ଵିଟ୍‌ କରି ଦୁଃବ୍ୟବହାର ଅଭିଯୋଗ କଲେ

ଭାରତୀୟ ଦଳର ପୁର୍ବତନ କ୍ରିକେଟର ଇରଫାନ ପଠାନ ଏବଂ ତାଙ୍କ ପରିବାର ସହିତ ଦୁବାଇ ଯାଇଥିବା ବେଳେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ସୋସିଆଲ ମିଡିଆରେ ଇରଫାନ୍ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖବର ଅନୁସାରେ ପୂର୍ବତନ ଅଲରାଉଣ୍ଡର ପଠାନ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଏସିଆ କପ୍ ୨୦୨୨ ପାଇଁ ମୁମ୍ବାଇରୁ ଦୁବାଇ ଯାଉଥିଲେ କିନ୍ତୁ ଚେକ୍ ଇନ କାଉଁଣ୍ଟର ନିକଟରେ ପାଖାପାଖି ଦେଢ ଘଣ୍ଟା ଛିଡା ହୋଇଥିଲେ । ଏହି ସମୟରେ ସମୟରେ ତାଙ୍କ ସହ ତାଙ୍କ ପତ୍ନୀ ଓ ଦୁଇ ପିଲା ମଧ୍ୟ ଥିଲେ । ଏହି ଅଭିଯୋଗ ନିଜେ ଇରଫାନ ଆଣିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ଇରଫାନ ପଠାନ ତାଙ୍କ ଟୁଇଟ୍ ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ସେ ଦୁବାଇ ଯିବା ପାଇଁ ଏୟାରପୋର୍ଟର ଚେକ୍ ଇନ୍ କାଉଣ୍ଟର ନିକଟରେ ପହଞ୍ଚିବା ପରେ ତାଙ୍କ ସହିତ ଖରାପ ବ୍ୟବହାର କରାଯାଇଛି । ଏଥି ସହିତ ତାଙ୍କ କନଫର୍ମ ଟିକେଟ ସହିତ ବିସ୍ତାରା ଚେକ୍ ଇନ କାଉଁଣ୍ଟର କିଛି ଏପଟ ସେପଟ କରିଦେଇଛନ୍ତି । ଯାହା ପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ପାଖାପାଖି ଦେଢ ଘଣ୍ଟା ଛିଡା ହେବାକୁ ପଡିଥିଲା । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ତାଙ୍କ ସହିତ ତାଙ୍କ ପତ୍ନି ଓ ୮ ମାସର ଓ ୫ ବର୍ଷର ଦୁଇଟି ପିଲା ମଧ୍ୟ ଥିଲେ ।

ସେ ଆହୁରି ମଧ୍ୟ ଲେଖିଛନ୍ତି, ଗ୍ରାଉଣ୍ଡ କର୍ମଚାରୀଙ୍କ ଆଚରଣ ମଧ୍ୟ ଅତ୍ୟନ୍ତ ଖରାପ ଥିଲା ଏବଂ ସେ ଅନେକ ବାହାନା କରୁଥିଲେ। ଆବଶ୍ୟକ ସିଟ୍ ଠାରୁ କିଭଳି ଅଧିକ ଟିକେଟ ବିକ୍ରି ହୋଇଥିଲା ଏବଂ ମ୍ୟାନେଜମେଣ୍ଟ ଏହାକୁ କିଭଳି ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ଇରଫାନ । ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ କରୁଛି କି ତୁରନ୍ତ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯେପରି ମୋ ଭଳି ଅନ୍ୟ କେହି ଏହି ସମସ୍ୟା ନ ଭୋଗନ୍ତୁ । ଆସନ୍ତା ୨୭ରୁ ଆରମ୍ଭ ହେବ ଏସିଆ କପ୍ । ଆଉ ୨୮ରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.