WTC ଫାଇନାଲ ପୂର୍ବରୁ ଆହତ ହେଲେ ଈଶାନ କିଶନ ଏବଂ କ୍ୟାମରୁନ୍‌ ଗ୍ରୀନ, ଫାଇନାଲରେ ଖେଳିବା ନେଇ ଆଶଙ୍କା

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପୂର୍ବରୁ ଆହତ ହେଲେ ଈଶାନ କିଶନ ଏବଂ କ୍ୟାମରୁନ ଗ୍ରୀନ । ଜୁନ ୭ରୁ ଲଣ୍ଡନର ଓଭାଲ ମଇଦାନରେ ମ୍ୟାଚ୍‌ ଖେଳାଯିବ ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍‌ ୭ ତାରିଖରୁ ଓଭାଲରେ WTC ଫାଇନାଲ ଖେଳାଯିବ । ଏହା ପୂର୍ବରୁ ଈଶାନ କିଶନ ଏବଂ କ୍ୟାମରୁନ ଗ୍ରୀନଙ୍କୁ ଆଘାତ ଲାଗିଛି । ଗୁଜରାଟ ଏବଂ ମୁମ୍ବାଇ ମଧ୍ୟରେ ହୋଇଥିବା କ୍ୱାଲିଫାୟର ୨ ମ୍ୟାଚରେ ଦୁହେଁ ଆହତ ହୋଇଥିବା ଖବର ମିଳିଛି ।

ଓ୍ଵିକେଟ କିପର କେଏଲ ରାହୁଲ ଆହତ ହେବା ପରେ ଟିମରେ ଈଶାନ କିଶନଙ୍କୁ ସ୍ଥାନ ମିଳିଥିଲା । ହେଲେ କ୍ୱାଲିଫାୟର ମ୍ୟାଚରେ ନିଜ ଟିମର କ୍ରିସ ଜୋର୍ଡନଙ୍କ ସହିତ ଧକ୍କା ଦେବା କାରଣରୁ ଈଶାନ ଆହତ ହୋଇଛନ୍ତି । ତେବେ ଈଶାନ ଆହତ ହେବା ପରେ ମଧ୍ୟ ବ୍ୟାଟିଂ କରିବାକୁ ଆସିନଥିଲେ ।

ସେହିପରି କ୍ୟାମରୁନ ଗ୍ରୀନ ମଧ୍ୟ ପାଣ୍ଡ୍ୟାଙ୍କ ବୋଲିଂରେ ଆହତ ହୋଇଥିଲେ । ତାଙ୍କ ବାମ କହୁଣୀରେ ବଲ୍‌ ବାଜିବା ଯୋଗୁଁ ମଇଦାନ ଛାଡି ଯାଇଥିଲେ ଗ୍ରୀନ । ତା’ ପରେ ଆସି ୨୦ ବଲରେ ୩୦ରନ କରିଥିଲେ ।

ଗ୍ରୀନ ମୁମ୍ବାଇ ଇଣ୍ଡିଆନ୍ସର ସ୍କୋର ୧୭୧ ରନ୍‌ ହୋଇଥିବା ବେଳେ ଆଉଟ୍‌ ହୋଇଥିଲେ । ଫଳରେ ଗୁଜରାଟ ୬୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା ।

ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟାନ୍ସ । ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କ ଦମଦାର ଶତକୀୟ ଇନିଂସ ଗୁଜରାଟକୁ ବିଜୟ ଦେଇଛି। ଶୁଭମନଙ୍କ ବିସ୍ଫୋରକ ୧୨୯ ରନ ବଳରେ ମୁମ୍ବାଇ ଆଗରେ ୨୩୪ ରନର ଟାର୍ଗେଟ୍ ଦେଇଥିଲା ଗୁଜରାଟ ଟାଇଟାନ୍ସ । କ୍ୱାଲିଫାୟର ମ୍ୟାଚରେ ଧମାକେଦାର ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସର ସ୍ୱପ୍ନକୁ ଧୂଳିସାତ କରିଛନ୍ତି । ମୁମ୍ବାଇ ବିପକ୍ଷ ମ୍ୟାଚରେ ୬୦ ବଲରେ ୧୨୯ ରନ୍‌ ବଳରେ ଗୁଜରାଟ ଆଇପିଏଲ୍‌ ଫାଇନାଲରେ ପହଞ୍ଚିଛି । ଏହି ମ୍ୟାଚରେ ୭ ଚଉକା ଏବଂ ୧୦ଟି ଛକା ମାରିଛନ୍ତି ଗିଲ । ଗୁଜରାଟ ଟିମ୍‌ ଆଇପିଏଲ୍‌ ଫାଇନାଲରେ ପ୍ରବେଶ କରିଛି । ଏଥର ଫାଇନାଲରେ ମୁହାଁମହିଁ ହେବେ ଗୁଜରାଟ ଏବଂ ଚେନ୍ନାଇ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.