ଈଶାନ କିଶନ ଦୁଲୀପ ଟ୍ରଫିରେ ଏଣ୍ଟ୍ରି କରିଛନ୍ତି । ଋତୁରାଜ ଗାୟକଓ୍ଵାର୍ଡଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ସିରେ ଈଶାନଙ୍କ ଏଣ୍ଟ୍ରି ମିଳିଛି । ଏହାପୂର୍ବରୁ ଆହତଜନିତ କାରଣରୁ ଇଣ୍ଡିଆ ଡି ବିପକ୍ଷରେ ଖେଳିପାରିନଥିଲେ । ସେପଟେ ସରଫରାଜ ଖାନଙ୍କୁ ଇଣ୍ଡିଆ ବି ପ୍ଲେଇଂ ଏକାଦଶରେ ସ୍ଥାନ ପାଇଛନ୍ତି । ଦ୍ୱିତୀୟ ରାଉଣ୍ଡରେ ସରଫରାଜ ପୁଣିଥରେ ପରୀକ୍ଷା ଦେବେ ।
ପ୍ରଥମ ରାଉଣ୍ଡର ପ୍ରଥମ ଇନିଂସରେ ଈଶାନ ୯ ଏବଂ ଦ୍ୱିତୀୟ ଇନିଂସରେ ୪୬ ରନ୍ କରିଥିଲେ । ବାଂଲାଦେଶ ବିପକ୍ଷ ୧୬ ଜଣିଆ ଖେଳାଳି ସ୍କ୍ଵାଡରେ ସ୍ଥାନ ମିଳିଥିଲା । କିନ୍ତୁ ପ୍ଲେଇଂ ଏକାଦଶରେ ଖେଳିବାର ସୁଯୋଗ ବହୁତ କମ୍ ରହିଛି । ତେଣୁ ଟିମରେ ଚୟନ ହେବା ପରେ ମଧ୍ୟ ଦଲୀପ ଟ୍ରଫିରେ ଖେଳିବାକୁ ପଡୁଛି ।
ଈଶାନ କିଶନ ବର୍ଷେ ହେଲାଣି ଟିମରୁ ବାଦ୍ ପଡିଛନ୍ତି । ବିସିସିଆଇର କଥା ନ ମାନିବାରୁ ବାର୍ଷିକ ଚୁକ୍ତିରୁ ବାଦ୍ ପଡିଥିଲେ । ଏହାପରେ ଟିମକୁ ଫେରିବାକୁ ରଣଜୀ ଟ୍ରଫି ଖେଳିବାକୁ କୁହାଯାଇଥିଲା । କିନ୍ତୁ ଈଶାନ ଖେଳିନଥିଲେ । ତେଣୁ ତାଙ୍କୁ ଟିମକୁ ଫେରିବାକୁ ଦୁଲ୍ଲୀପ ଟ୍ରଫି ଖେଳିବାକୁ ପଡୁଛି । ବୋର୍ଡରେ ଆଉ ଥରେ ସ୍ଥାନ ପାଇବାକୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ପରାମର୍ଶ ଦିଆଯାଇଥିଲା । ଏଥିପାଇଁ ବୁଚି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ଶନିବାର ବାର ଦିନ ଦମଦାର ଶତକ ମାରି ଟିମକୁ ଜିତାଇଥିଲେ ।
ଦୁଲୀପ ଟ୍ରଫିରେ ଚୟନ ହେବା ପରେ ମଧ୍ୟ ପ୍ରଥମ ମ୍ୟାଚ ଖେଳିପାରିନଥିଲେ ଈଶାନ କିଶନ । କିନ୍ତୁ ଦ୍ୱିତୀୟ ରାଉଣ୍ଡରେ ଇଣ୍ଡିଆ ବି ବିପକ୍ଷରେ ଅନନ୍ତପୁରରେ ଖେଳୁଛନ୍ତି । ପ୍ରଥମ ରାଉଣ୍ଡର ଭଲ ପ୍ରଦର୍ଶନ କରି ଅନେକ ଖେଳାଳି ଟେଷ୍ଟ ଟିମରେ ସ୍ଥାନ ପାଇଛନ୍ତି । ଯଦି ଈଶାନ କିଶନ ଭଲ କିପିଂ ଏବଂ ବ୍ୟାଟିଂ କରନ୍ତି, ତେବେ ଟିମରେ ସ୍ଥାନ ମିଳିପାରେ ।
ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟ ଟିମ ଏବେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ପ୍ରସ୍ତୁତି ଚଳାଇଛି । ୧୩ ସେପ୍ଟେମ୍ବରରୁ ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଟିମର କ୍ୟାମ୍ପ ଲଗାଯାଇଛି । ଏଥିରେ ସମସ୍ତ ଖେଳାଳି ରହିବେ ।