ଈଶାନ କିଶନ ଗତ କିଛିଦିନ ହେଲାଣି ଭାରତୀୟ କ୍ରିକେଟ ଟିମରୁ ବାଦ୍ ପଡିଛନ୍ତି । ଟିମ୍ ପାଇଁ ଶେଷ ମ୍ୟାଚ ୨୦୨୩ରେ ଖେଳିଥିଲେ । ଭାରତୀୟ ଟିମ୍ ଏବେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି । ଆଉ ଈଶାନ କିଶନଙ୍କୁ ଟିମରେ ସ୍ଥାନ ମିଳିଛି । ତେବେ ଏତେ ସବୁ ସମସ୍ୟା ପରେ ଈଶାନ କିଶନ ପୁଣି ଟିମକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ଈଶାନ ୨୦୨୩ରେ ଦକ୍ଷିଣ ଆଫ୍ରିକା ସିରିଜ ବିପକ୍ଷରେ ମାନସିକ ଥକ୍କାପଣ ଯୋଗୁ ବ୍ରେକ ନେଇଥିଲେ । ତେବେ ଆଫ୍ରିକା ଟୁରରୁ ଫେରିବା ପରେ ଈଶାନଙ୍କୁ ଘରୋଇ କ୍ରିକେଟ ଖେଳିବାକୁ କୁହାଯାଇଥିଲା । କିନ୍ତୁ ସେ ରଣଜୀ ମ୍ୟାଚ ଖେଳିନଥିଲେ । ଏଥିପାଇଁ ତାଙ୍କୁ ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟରୁ ବାଦ୍ ଦେଇଥିଲା । ତେବେ ଏବେ ଈଶାନ ପୁଣିଥରେ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ମିଡିଆ ରିପୋର୍ଟ ମୁତାବକ, ଈଶାନଙ୍କୁ ଝାଡଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏସନ ୨୫ ଜଣ ପ୍ରି-ସିଜିନ ସମ୍ଭାବିତ ଖେଳାଳିଙ୍କ ଲିଷ୍ଟରେ ସାମିଲ କରିଛି । ଈଶାନ ଆଗାମୀ ଘରୋଇ ସିଜିନରେ ଝାଡଖଣ୍ଡ ତରଫରୁ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା କେବଳ ଖେଳ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ହୁଏତ ଝାଡଖଣ୍ଡ ଟିମର ଅଧିନାୟକ ପଦ ମଧ୍ୟ ମିଳିପାରେ । ତେବେ ଈଶାନ ଝାଡଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏସନ ସହିତ କଥା ହୋଇଛନ୍ତି ।
ଚୟନକର୍ତ୍ତା ଈଶାନଙ୍କ ସହିତ କଥା ହୋଇଛନ୍ତି । ଈଶାନଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ପରାମର୍ଶ ଦିଆଯାଇଛି । ଯେଉଁଥି ପାଇଁ ଈଶାନ ରାଜି ହୋଇଛନ୍ତି ।
ସୂଚନାଯୋଗ୍ୟ, ଈଶାନ କିଶନ ଭାରତ ପାଇଁ ୩ଟି ଯାକ ଫର୍ମାଟରେ ଖେଳିଥିବା ବ୍ୟାଟର । ସେ ଏପର୍ଯ୍ୟନ୍ତ ୨ଟି ଟେଷ୍ଟ, ୨୭ ଦିନିକିଆ ଏବଂ ୩୨ ଟି୨୦ ମ୍ୟାଚ ଖେଳିସାରିଛନ୍ତି । ଟେଷ୍ଟରେ ୭୮ ରନ୍ ଏବଂ ଦିନିକିଆରେ ୯୩୩ ରନ ଏବଂ ଟି୨୯ରେ ୭୯୬ ରନ୍ କରିଛନ୍ତି ।