କ୍ରୀଡା

ଦେଶରେ ଅଲିମ୍ପିକ ଆନ୍ଦୋଳନକୁ ଆହୁରି ମଜବୁତ କରାଯିବ : ନୀତା ଅମ୍ବାନୀ

ଆଜି ଓଡ଼ିଶାରେ ଇଣ୍ଟରନାସନାଲ୍ ଅଲମ୍ପିକ କମିଟି (ଆଇଓସି) ଦ୍ବାରା ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମ (ଓଭିଇପି)ର ଶୁଭାରମ୍ଭ ହୋଇଛି । ଶ୍ରୀମତୀ ନୀତା ଅମ୍ବାନି ଏହାର ପ୍ରଶଂସା କରିଛନ୍ତି। ଓଭିଇପିରେ ଶିକ୍ଷା ଓ କ୍ରୀଡ଼ାର ସମନ୍ବୟ ରହିଛି ଯାହା ଅଲିମ୍ପିକ୍‌ ମୂଲ୍ୟବୋଧକୁ ଦର୍ଶାଇଥାଏ। ଓଭିଇପି ହେଉଛି ଏକ ସମ୍ବଳର ଏକ ପ୍ରାକ୍ଟିକାଲ୍ ସେଟ୍ ଯାହାକୁ ଆଇଓସି ଦ୍ବାରା ଡିଜାଇନ୍ କରାଯାଇଛି । ଫଳରେ ନବ ପ୍ରତିଭାମାନେ ଅଲିମ୍ପିକର ମୂଲ୍ୟବୋଧ ବିଷୟରେ ଅବଗତ ହୋଇପାରିବେ, ସମ୍ମାନ ଓ ବନ୍ଧୁତାକୁ ବୃଦ୍ଧି କରି ପାରିବେ। ଏହି ପ୍ରୋଗ୍ରାମ ମାଧ୍ୟମରେ ମୂଲ୍ୟଭିତ୍ତିକ ପାଠ୍ୟକ୍ରମକୁ ପ୍ରସାର କରିବାର ଲକ୍ଷ୍ୟ ରଖାଯାଇଛି । ଯଦ୍ବାରା ପିଲାମାନେ ସକ୍ରିୟ, ସୁସ୍ଥ ଓ ଦାୟିତ୍ୱ ସମ୍ପନ୍ନ ନାଗରିକ ହୋଇପାରିବେ। ଭାରତର ଅଲମ୍ପିକ ଆନ୍ଦୋଳନରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ବରୂପ ଓଭିଇପିର ଶୁଭାରମ୍ଭ ସହିତ ସମ୍ମାନଜନକ ଆଇଓସି ୨୦୨୩ ଅଧିବେଶନରେ ପ୍ରସ୍ତୁତ କରାଯାଇଛି।

ଚଳିତ ବର୍ଷର ପ୍ରାରମ୍ଭରେ, ଶ୍ରୀମତୀ ଅମ୍ବାନି ୨୦୨୩ରେ ଆଇଓସି ସେସନର ଆୟୋଜନ କରିବା ପାଇଁ ଭାରତୀୟ ପ୍ରତିନିଧିମାନଙ୍କର ନେତୃତ୍ବ ନେଇଥିଲେ । ଯେଉଁଠାରେ ଭାରତକୁ ପ୍ରାୟତଃ ସର୍ବସମ୍ମତିକ୍ରମେ ଏହି ଅଧିକାରକୁ ୪୦ ବର୍ଷର ବ୍ୟବଧାନରେ ପ୍ରଦାନ କରାଯାଇଛି। ଭାରତରେ ଆଇଓସି ସେସନ୍ ଭାରତୀୟ କ୍ରୀଡ଼ା ଇତିହାସରେ ଏକ ନୂତନ ଯୁଗର ଆରମ୍ଭ କରିଛି ଯାହାକି ଭାରତର ଅଲ୍ଟିମେଟ୍ ଅଲିମ୍ପିକ ଅଭିଳାଷକୁ ସାକାର କରୁଛି ।

ଆଜି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆନନ୍ଦ ପ୍ରକାଶ କରି, ଆଇଓସି ସଦସ୍ୟ ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି ଯେ ‘‘ଆମର ସ୍କୁଲରେ ୨୫୦ ନିୟୁତ ପିଲାମାନେ ରହିଛନ୍ତି । ଯାହାଙ୍କ ନିକଟରେ ଅତୁଳନୀୟ ପ୍ରତିଭା ଓ ସମ୍ଭାବନା ରହିଛି। ସେମାନେ ହେଉଛନ୍ତି ଆସନ୍ତା କାଲିର ଚାମ୍ପିୟନ ଓ ଆମର ଦେଶର ଭବିଷ୍ୟତ। ବିଶ୍ବର ମାତ୍ର ଅଳ୍ପ କିଛି ପିଲାମାନେ ଅଲମ୍ପିକରେ ସାମିଲ୍ ହୋଇଥାନ୍ତି କିନ୍ତୁ ଏହି ଅଲମ୍ପିକ ଆନ୍ଦୋଳନରେ ସମସ୍ତ ପିଲାମାନେ ସାମିଲ୍ ହେବା ସହିତ ଅଂଶଗ୍ରହଣ କରିବା ଉଚିତ୍। ଏହା ହେଉଛି ଓଭିଇପିର ଲକ୍ଷ୍ୟ। ଏହି କାରଣରୁ ଏହା ଭାରତରେ ଏକ ବିଶାଳ ସମ୍ଭାବନା ମଧ୍ୟ ସୃଷ୍ଟି ହୋଇପାରିବ।

ଓଭିଇପିକୁ ଆନୁଷ୍ଠାନିକ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇଓସି ସଦସ୍ୟ ଶ୍ରୀମତୀ ନୀତା ଅମ୍ବାନୀ, ଆଇଓସି ଏଜୁକେସନ କମିଶନ ଚେୟାର ମାଇକେଇଲା କୋଜୁଆଙ୍ଗକୋ ଜାଓରିସ୍କି, ଅଲିମ୍ପିୟାନ ଓ ଆଇଓସି ଆଥଲେଟ୍ କମିଶନଙ୍କ ସଦସ୍ୟ ଅଭିନବ ବିନ୍ଦ୍ରା ଓ ଇଣ୍ଡିଆନ୍ ଅଲମ୍ପିକ୍ ଆସୋସିଏସନର (ଆଇଓଏ) ର ସଭାପତି ନରିନ୍ଦ୍ର ବାତ୍ରାଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଥିଲା। ଓଭିଇପିକୁ ଓଡ଼ିଶା ସ୍କୁଲ ଶିକ୍ଷା ପ୍ରଣାଳୀରେ ସମନ୍ବିତ କରାଯିବ। ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଟ୍ରଷ୍ଟର ସହଭାଗିତାରେ ବିକଶିତ କରାଯାଇଛି।

ଭାରତର ଅଲମ୍ପିକ୍ ସ୍ବପ୍ନ ପାଇଁ କ୍ରମାଗତ ସହଯୋଗ ଓ ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବାରୁ ଶ୍ରୀମତୀ ଅମ୍ବାନୀ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ‘‘ଶ୍ରୀ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ, ଅଧିକ ନିବେଶ ଓ ସମର୍ପିତ ପ୍ରଚେଷ୍ଟା ହେତୁ ଓଡ଼ିଶା ଭାରତର କ୍ରୀଡ଼ା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି। ରାଜ୍ୟ କ୍ରୀଡ଼ା ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରୁଛି, ଯାହାକି ଆମର ଯୁବ ପ୍ରତିଭାମାନଙ୍କୁ ଉଚ୍ଚ ମାନର ତାଲିମ୍ ଓ ଭିତ୍ତିଭୂମି ସୁବିଧା ପ୍ରଦାନ କରୁଛି।’’

ବିଶେଷ କରି, ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚପିସି) ପାଇଁ ଓଡ଼ିଶା ସରକାରଙ୍କ ସହିତ ମିଳିତ ଭାବରେ କାମ କରୁଛି। ଏଚପିସିର ଦୁଇଜଣ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟ୍ ଜ୍ୟୋତି ୟାରାଜି ଓ ଅମ୍ଳାନ ବୋରଗୋହେଁ ଜାତୀୟ ରେକର୍ଡ଼କୁ ଭାଙ୍ଗିଛନ୍ତି । ଆନ୍ତର୍ଜାତିକ ଆଥଲେଟିକ୍ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ଭାରତର କ୍ରୀଡ଼ା ଭବିଷ୍ୟତ ଏବେ ନିରାପଦ ହାତରେ ରହିଛି ବୋଲି ଶ୍ରୀମତୀ ଅମ୍ବାନୀ କହିଛନ୍ତି ।

 

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

8 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

9 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago