କ୍ରୋଏସିଆ ମଡେଲ Ivana Knöllଙ୍କ ଭବିଷ୍ୟବାଣୀ, ସେମିଫାଇନାଲରେ କ୍ରୋଏସିଆ ଜିତିବ !

ଫିଫା ବିଶ୍ୱକପ ୨୦୨୨ ଏବେ ଅନ୍ତିମ ପର୍ଯ୍ୟାୟରେ । ବିଶ୍ୱକପରେ ଲିଗ୍‌ ଷ୍ଟେଜ୍‌ଠାରୁ ଆରମ୍ଭ କରି କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଖେଳ ସରିଯାଇଛି । ଏବେ ବାକି ରହିଛି ସେମିଫାଇନାଲ ଏବଂ ଫାଇନାଲ । ଆସନ୍ତା ଡିସେମ୍ବର ୧୪ ଏବଂ ୧୫ ତାରିଖରେ ୪ଟି ଟି ଟିମ୍‌ଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ । ପ୍ରଥମ ସେମିଫାଇନାଲ ଆର୍ଜେଣ୍ଟିନା ଏବଂ କ୍ରୋଏସିଆ ମଧ୍ୟରେ ହେବାକୁ ଥିବା ବେଳେ ଏବେ ଚର୍ଚ୍ଚାରେ ଅଛନ୍ତି କ୍ରୋଏସିଆ ସୁନ୍ଦରୀ ତଥା ମଡେଲ Ivana Knöll । ସେ କତାରରୁ ଛାଡ଼ିଥିବା କିଛି ଫୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୋହାର ସଡ଼କ ଉପରେ ଫ୍ୟାନ୍ସମାନେ ତାଙ୍କୁ ଘେରି ରହିଛନ୍ତି । Ivana Knöll ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ଦୋହାରେ ତାଙ୍କ ପାଖରେ ସବୁ ଦିନ ଏହି ପରି ଭାବରେ ଭିଡ଼ ହେବାକୁ ଲାଗିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଏଠାକାର ଫ୍ୟାନ୍ସ ବହୁତ ବଢ଼ିଆ । ସୂଚନା ଅନୁସାରେ, ଏହି ମଡେଲ ଜଣକ ହେଉଛନ୍ତି କ୍ରୋଏସିଆର, ସେ ବିଶ୍ୱକପ ଆରମ୍ଭରୁ ଏଠାରେ ରହି ଚର୍ଚ୍ଚାରେ ଅଛନ୍ତି । ଅନ୍ୟପଟରେ କତାରରେ ହେଉଥିବା ବିଶ୍ୱକପରେ ଛୋଟ ଡ୍ରେସ୍‌ ପିନ୍ଧିବା ନେଇ ନିୟମ ଲାଗୁ ହୋଇଥିଲା । କିନ୍ତୁ, ଏହି ନିୟମକୁ ନ ମାନିବାର ଅଭିଯୋଗ ମଧ୍ୟ କ୍ରୋଏସିଆ ମଡେଲଙ୍କ ବିରୋଧ ଆସିଛି । ସେ ବାରମ୍ବାର ଛୋଟ ଡ୍ରେସ୍‌ ପିନ୍ଧି ଆସୁଛନ୍ତି ଏବଂ ଷ୍ଟାଡିୟମ ବାହାରେ ଫ୍ୟାନ୍ସମାନଙ୍କ ସହିତ ଅନେକ ଭିଡିଓ ମଧ୍ୟ ଭାଇରାଲ ହେଉଛି ।

କ୍ରୋଏସିଆ ମଡେଲଙ୍କ ଭବିଷ୍ୟବାଣୀ:

ମଙ୍ଗଳବାର ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଏବଂ କ୍ରୋଏସିଆ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ହେବାକୁ ଯାଉଛି । ଏହି ମ୍ୟାଚ୍‌ ପୂର୍ବରୁ କ୍ରୋଏସିଆର ଫ୍ୟାନ୍‌ ଏବଂ ମଡେଲ Ivana Knöll କିଛି ଭବିଷ୍ୟବାଣୀ କରିଛନ୍ତି । ଯାହା ସମସ୍ତ ଫୁଟ୍‌ବଲ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଛି । ସେ କହିଛନ୍ତି, ଏଥର ପ୍ରଥମ ସେମିଫାଇନାଲରେ କ୍ରୋଏସିଆ ଜିତିିବ। ସେଥିପାଇଁ ଗୋଟିଏ ପରୀକ୍ଷା ମଧ୍ୟ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ମଡେଲ ଦୁଇ ଆର୍ଜେଣ୍ଟିନା ଏବଂ କ୍ରୋଏସିଆର ପ୍ରଶଂସକଙ୍କୁ ନେଇଛନ୍ତି । ଦୁଇ ଜଣଙ୍କୁ ଠିଆ କରାଇ ଉଭୟଙ୍କୁ ଲକ୍ଷ୍ୟ କରି ବଲ୍‌ ମାରିଛନ୍ତି । ବଲ୍‌ ଟି ଯାଇ କ୍ରୋଏସିଆର ଫ୍ୟାନ୍‌ଙ୍କ ଦେହରେ ବାଜିଛି । ତା ପରେ ସେ କ୍ରୋଏସିଆ ଜିତିବ ବୋଲି କହିଛନ୍ତି ।

ବିଶ୍ୱକପର ଆରମ୍ଭରୁ ତାଙ୍କୁ କ୍ରେଏସିଆ ଜର୍ସି ପିନ୍ଧିବାର ନଜର ଆସିଛନ୍ତି । ତାଙ୍କର ଅନେକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଆସନ୍ତା ୧୪ ଏବଂ ୧୫ ତାରିଖରେ କ୍ରୋଏସିଆ ଓ ଆର୍ଜେଣ୍ଟିନା ଏବଂ ମରକ୍କୋ ଓ ଫ୍ରାନ୍ସ ସେମିଫାଇନାଲ ମ୍ୟାଚ୍‌ ଖେଳିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.